କେବଳ ମେମୋରି ଚିପ୍‌ ନା’ ଆଉ କିଛି ପାଇଁ ଘଟିଲା ମାନସ ହତ୍ୟାକାଣ୍ଡ, ଘାଣ୍ଟୁଛି କ୍ରାଇମବ୍ରାଞ୍ଚ

କଟକ(ଓଡ଼ିଶା ରିପୋର୍ଟର): କେବଳ ମେମୋରି ଚିପ୍‌ ପାଇଁ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟିଛି, ନା ଏହା ପଛରେ ଆହୁରି କିଛି ଗୁଢ଼ ରହସ୍ୟ ରହିଛି । ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ୪ ଦିନ ହେଲା ଘାଣ୍ଟୁଥିବା କ୍ରାଇମବ୍ରାଞ୍ଚ ଏପରି ଅନୁମାନ କରୁଛି। ମାନସ ଶର୍ମିଷ୍ଠାଙ୍କୁ ବ୍ଲାକମେଲ କରୁଥିଲେ କି, ଯେଉଁଥିପାଇଁ ସେ ଏପରି ଚରମ ପଦକ୍ଷେପ ନେଲେ, ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲିର ପଲାଶପୁରରୁ ମାନସଙ୍କୁ ଅପହରଣ ପରେ ଭୁବନେଶ୍ୱରର […]

sarmista

sarmista

Niharika Rout
  • Published: Friday, 01 April 2022
  • Updated: 01 April 2022, 01:40 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କେବଳ ମେମୋରି ଚିପ୍‌ ପାଇଁ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟିଛି, ନା ଏହା ପଛରେ ଆହୁରି କିଛି ଗୁଢ଼ ରହସ୍ୟ ରହିଛି । ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ୪ ଦିନ ହେଲା ଘାଣ୍ଟୁଥିବା କ୍ରାଇମବ୍ରାଞ୍ଚ ଏପରି ଅନୁମାନ କରୁଛି। ମାନସ ଶର୍ମିଷ୍ଠାଙ୍କୁ ବ୍ଲାକମେଲ କରୁଥିଲେ କି, ଯେଉଁଥିପାଇଁ ସେ ଏପରି ଚରମ ପଦକ୍ଷେପ ନେଲେ, ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

ଚାନ୍ଦବାଲିର ପଲାଶପୁରରୁ ମାନସଙ୍କୁ ଅପହରଣ ପରେ ଭୁବନେଶ୍ୱରର ଦୟାଲ ଆଶ୍ରମ ନିଆଯାଇଥିଲା। ସେଠାରେ ଅତ୍ୟଧିକ ମାଡ଼ ଯୋଗୁଁ ମାନସଙ୍କ ମୃତ୍ୟୁ ଘଟିଥିଲା  । ମାନସଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ହତ୍ୟାକାରୀ ନିଶାଗ୍ରସ୍ତ ଅବସ୍ଥାରେ ଥିବା ବେଳେ ପିଟି ପିଟି ଏପରି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ରିମାଣ୍ଡରେ ୪ ଅଭିଯୁକ୍ତଙ୍କୁ ଆଣି  ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ପାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ଆବଶ୍ୟକ ପଡ଼ିଲେ ଏହି ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ ।

ଗତ ମଙ୍ଗଳବାରଠୁ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା, ଝୁନୁ, ରଞ୍ଜନ ଓ ନିରଞ୍ଜନଙ୍କୁ ରିମାଣ୍ଡରେ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତଙ୍କୁ ଅଲଗା ଅଲଗ ଜେରା କରାଯାଇଥିବା ବେଳେ  ଦ୍ୱିତୀୟ ଦିନରେ ହୋଇଥିଲା ମୁହାଁମୁହିଁ ଜେରା ।  ଜେରାର ତୃତୀୟ ଦିନରେ ଚଣ୍ଡିଖୋଲ ନିକଟ ଶଙ୍ଖାରିଗଡ଼ା ସ୍ପଟକୁ ଗଲା ରଞ୍ଜନ । ସେଠାରୁ ହତ୍ୟାରେ ବ୍ୟବହୃତ ଅସ୍ତ୍ର ସମେତ ମାନସର ବ୍ୟବହୃତ ଜିନିଷ ବି ଜବତ ହେଲା । ଏହାପରେ  ଆଜି ଚତୁର୍ଥ ଦିନରେ ଶର୍ମିଷ୍ଠାଙ୍କୁ ବିଭିନ୍ନ ସ୍ଥାନକୁ  ନେଇ  କ୍ରାଇମ ସିନ୍‌ ରିକ୍ରିଏଟ କରୁଛି କ୍ରାଇମବ୍ରାଞ୍ଚ ।

[caption id="attachment_724330" align="aligncenter" width="650"]corden ଦୟାଲ ଆଶ୍ରମ ସମ୍ମୁଖରେ କ୍ରାଇମବ୍ରାଞ୍ଚ ଅଧିକାରୀ କର୍ଡନ କରୁଛନ୍ତି।[/caption]

ଆଜି ସକାଳେ ଶର୍ମିଷ୍ଠାଙ୍କୁ ପଲାଶପୁର ନିଆଯାଇଥିବା ବେଳେ ସେଠାରେ ଦେଖାଯାଇଥିଲା ଅସମ୍ଭବ ଭିଡ଼ । ସେଠାରେ ମାନସ ଯେଉଁ ବିବାହର ସୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ମାନସଙ୍କୁ ଅପହରଣ କରାଯାଇଥିଲା, ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା  । ପାଖରେ ଥିବା ବଧିମୁହାଁ ସାହିର ଦୋଳ ମଣ୍ଡପରେ ସେମାନେ ବସିଥିଲେ । ସେଇଠି ବସି ମାନସଙ୍କୁ ଅପହରଣ କରିବା ଲାଗି ଷଡଯନ୍ତ୍ର କରିଥିଲେ ବୋଲି ଶର୍ମିଷ୍ଠା ଅଧିକାରୀଙ୍କୁ କହିଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ । ହେଲେ ସେଠାରେ ଅସମ୍ଭବ ଗହଳି ହେତୁ କ୍ରାଇମ୍‌ ସିନ୍‌ ରିକ୍ରିଏଶନରେ ବାଧା ଉପୁଜିଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମ ଅଭିମୁଖେ ଅଣାଯାଉଛି।

ଭୁବନେଶ୍ୱରରେ ଏପରି ଭିଡକୁ ଏଡାଇବା ପାଇଁ ଶର୍ମିଷ୍ଠାଙ୍କ ପହଞ୍ଚିବା ପୂର୍ବରୁ ଦୟାଲ ଆଶ୍ରମକୁ ଚାରିପଟୁ କର୍ଡନ କରାଯାଇଛି। କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ ପହଞ୍ଚି ଦୟାଲ ଆଶ୍ରମକୁ ଚାରିପଟୁ କର୍ଡନ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ତାହା ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧୀଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିନି। ଆଶ୍ରମ ଭିତରେ ମାନସଙ୍କୁ କିପରି ହତ୍ୟା କରାଗଲା, କିଏ କିଏ ଉପସ୍ଥିତ ଥିଲେ,  ହତ୍ୟାରେ ବ୍ୟବହୃତ ହତିଆର ଓ ସାମଗ୍ରୀ କେଉଁଠି ଫିଙ୍ଗିଛନ୍ତି ତାହା କ୍ରାଇମବ୍ରାଞ୍ଚକୁ ଦେଖାଇବେ ଶର୍ମିଷ୍ଠା  । ଏହାପରେ ତାଙ୍କୁ ଶବ ପୋତାଯାଇଥିବା ନୟାଗଡ଼ର ରଣପୁରକୁ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ନେଇ ହିଁ ସିନ୍ ରିକ୍ରିଏଟ କରାଯାଉଛି ।  ରିମାଣ୍ଡରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ରଖି ଜେରା କରାଯାଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story