‘କ୍ୟାମେରାମ୍ୟାନ୍‌ ମାନସଙ୍କୁ ନିଜ କାର୍‌ରେ ଅପହରଣ କରିଥିଲେ ଶର୍ମିଷ୍ଠା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଲେରୋ ନୁହେଁ, ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ ନିଜେ ନିଜ କାର୍‌ରେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରିଛନ୍ତି। ଏପରିକି ହତ୍ୟା ପରେ ମୃତଦେହକୁ ମଧ୍ୟ ସେହି କାର୍‌ରେ ନୟାଗଡ଼ରେ ପୋତି ଦେଇଛନ୍ତି। ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ। ଅପହରଣ ବେଳେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ଗାଡ଼ ଚଳାଉଥିଲେ। ବର୍ତ୍ତମାନ ଶର୍ମିଷ୍ଠାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଛି। ତାଙ୍କୁ ଖୋଜା ଚାଲିଛି। ଜବତ ହୋଇଥିବା […]

Sarmistha Rout and Car

Manoranjan Sial
  • Published: Wednesday, 23 March 2022
  • , Updated: 23 March 2022, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୋଲେରୋ ନୁହେଁ, ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ ନିଜେ ନିଜ କାର୍‌ରେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରିଛନ୍ତି। ଏପରିକି ହତ୍ୟା ପରେ ମୃତଦେହକୁ ମଧ୍ୟ ସେହି କାର୍‌ରେ ନୟାଗଡ଼ରେ ପୋତି ଦେଇଛନ୍ତି। ଏପରି ସାଙ୍ଘାତିକ ତଥ୍ୟ ଦେଇଛନ୍ତି ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ। ଅପହରଣ ବେଳେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ଗାଡ଼ ଚଳାଉଥିଲେ। ବର୍ତ୍ତମାନ ଶର୍ମିଷ୍ଠାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଛି। ତାଙ୍କୁ ଖୋଜା ଚାଲିଛି। ଜବତ ହୋଇଥିବା ଶର୍ମିଷ୍ଠାଙ୍କ କାର୍‌ର କାଚ ଭାଙ୍ଗି କିଛି କାଗଜପତ୍ର ଜବତ କରାଯାଇଥିବା ପୁଲିସ୍‌ କହିଛି।

ସେପଟେ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଡିଜିପି ସୁନୀଲ୍‌ ବଂଶଲ୍‌ଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଛି। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ଏଥିପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭଦ୍ରକ, ନୟାଗଡ଼, ଭୁବନେଶ୍ୱରରେ ତଦନ୍ତ କରିବ। ଅନ୍ୟ ଟିମ୍‌ଟି ଶର୍ମିଷ୍ଠା ରାଉତଙ୍କୁ ଖୋଜିବାରେ ସହଯୋଗ କରିବ। ଏସ୍‌ପି ପାହ୍ୟା ଜଣେ ଅଫିସରଙ୍କ ଏହାର ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

https://twitter.com/odisha_police/status/1506561715240321030?s=20&t=2V_72FlgpzgMhwElhXRLLg

ଅନ୍ୟପକ୍ଷରେ ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ବିରୋଧରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ହେଲେ ଶର୍ମିଷ୍ଠା ରାଉତଙ୍କ ପତ୍ତା ପାଉନି ପୁଲିସ୍‌। ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେପଟେ ଆନ୍ଧ୍ରପ୍ରଦେଶର ବିଜୟୱାଡା ଯାଇଥିବା ଗୋଟିଏ ଶର୍ମିଷ୍ଠାଙ୍କୁ ନପାଇଁ ତାଙ୍କ ଭାଇ ପରମେଶ୍ୱରଙ୍କୁ ଉଠାଇ ଆସିଥିଲା। ତାଙ୍କ ପାଖରେ ଶର୍ମିଷ୍ଠାଙ୍କ ଖବର ଥିବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ପୁଲିସ୍‌ ତାଙ୍କୁ ଘନଘନ ଜେରା କରାଯାଉଛି। କିନ୍ତୁ ବିର୍ତ୍ତମାନ ସୁଦ୍ଧା ପରମେଶ୍ୱର ମୁହଁ ଖୋଲୁନାହାନ୍ତି।

ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍‌ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା।

ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଅଭିଯୁକ୍ତମାନେ ମାନସଙ୍କ ମୃତଦେହକୁ ନୟାଗଡ଼ରେ ଏକ ପାହାଡ ତଳେ ପୋତି ଦେଇଥିଲେ। ଅନ୍ୟପକ୍ଷରେ ପରିବାର ଲୋକେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମ୍ରିୟମାଣ ହୋଇ ପଡ଼ିଥିଲେ। ଏନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଅପହରଣରେ ବ୍ୟବହୃତ ହୋଇଥିବା ବୋଲେରୋ ଡ୍ରାଇଭରକୁ ଉଠାଇ ଆଣିଥିଲା। ପରେ ତା’ ବୟାନ ଆଧାରରେ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରବିବାର ନିରଞ୍ଜନ ଓ ରାଜଙ୍କୁ ପୁଲିସ୍‌ ଗିରଫ କରିଥିଲା। ତେବେ ଶମିଷ୍ଠା ଓ ତାଙ୍କ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୁଲିସ୍‌ ୪ଟି ଟିମ୍‌ ଗଠନ କରିଛି। ଏହି ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

Related story