ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ରାଜଧାନୀବାସୀ ଦେବେ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ପର୍ଯ୍ୟାୟକ୍ରମେ ଖୋଲିବା ନିମନ୍ତେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରାଜଧାନୀବାସୀଙ୍କୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କହିଛନ୍ତି ଯେ, ୨୭ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବ। ଡିସେମ୍ବର ୨୭ରୁ ୩୧ତାରିଖ ପର୍ଯ୍ୟନ୍ତ କେବଳ ମନ୍ଦିରର ସେବାୟତ ଓ ସେମାନଙ୍କର […]

lingaraj temple

Ranjit Kumar Jena
  • Published: Friday, 18 December 2020
  • , Updated: 18 December 2020, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରକୁ ପର୍ଯ୍ୟାୟକ୍ରମେ ଖୋଲିବା ନିମନ୍ତେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରାଜଧାନୀବାସୀଙ୍କୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କହିଛନ୍ତି ଯେ, ୨୭ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବ। ଡିସେମ୍ବର ୨୭ରୁ ୩୧ତାରିଖ ପର୍ଯ୍ୟନ୍ତ କେବଳ ମନ୍ଦିରର ସେବାୟତ ଓ ସେମାନଙ୍କର ପରିବାରବର୍ଗଙ୍କ ନିମନ୍ତେ ମନ୍ଦିର ଖୋଲା ରହିବ। ତେବେ ସେମାନଙ୍କୁ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।

ଜାନୁୟାରୀ ୧ ଓ ୨ତାରିଖ ଦୁଇଦିନ ମନ୍ଦିର ସେବାୟତଙ୍କ ସମେତ ସମସ୍ତଙ୍କ ପାଇଁ ବନ୍ଦ ରହିବ। ଅବଶ୍ୟକ ଦୈନିକ ନୀତିକାନ୍ତି ଦାୟିତ୍ୱରେ ଥିବା ସେବାୟତମାନେ ମନ୍ଦିରକୁ ଯାଇପାରିବେ। ଜାନୁୟାରୀ ୩ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଉନ୍ମୁକ୍ତ ରହିବ। ତେବେ ଶ୍ରଦ୍ଧାଳୁମାନେ ୫ଦିନ ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଆଣି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଜାନୁୟାରୀ ୬ ତାରିଖରୁ ଦେଶ ତଥା ରାଜ୍ୟର ବିଭିନ୍ନ ଭାଗରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ମନ୍ଦିର ଖୋଲା ରହିବ। କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ମନ୍ଦିରର ସିଂହଦ୍ୱାରଠାରୁ ଆଡ଼କାଠ ପର୍ଯ୍ୟନ୍ତ ଗୋଟିଏ ସମୟରେ ସର୍ବାଧିକ ୫୦୦ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହି ଦିନ ପର୍ଯ୍ୟନ୍ତ ସାହାଣ ଦର୍ଶନ ଓ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଜାନୁୟାରୀ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିର ପାଖରେ ଥର୍ମାଲ ସ୍କ୍ରିନିଂ କେନ୍ଦ୍ର ଓ ଆଣ୍ଟିଜେନ୍ ଟେଷ୍ଟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ।

Related story