ମାଙ୍ଗାନିଜ୍‌ ବୋଝେଇ ଟ୍ରକ୍‌ ଜବତ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବାଲି ପରେ ଏବେ ସକ୍ରିୟ ହୋଇଛନ୍ତି ମାଙ୍ଗାନିଜ୍ ମାଫିଆ। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲ୍ଲି ଗାଁ ନିକଟରେ ଥିବା ଭାଲୁଡୁଙ୍ଗୁରି ପାହାଡ଼ରୁ ମାଙ୍ଗାନିଜ୍ ବୋଝେଇ ଟ୍ରକ୍‌କୁ ଜବତ କରାଯାଇଛି। ଜବତ ହୋଇଥିବା ମାଙ୍ଗାନିଜର ଆନୂମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ।

truck99999

ଆଜି ଗ୍ରାମବାସୀମାନେ ଏହି ଟ୍ରକ୍‌କୁ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ବନ ବିଭାଗ ଘଟଣା ରତଦନ୍ତ କରୁଛି। ଟ୍ରକ୍‌ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯା‌ଇଛନ୍ତି।

ଦୀର୍ଘ ଦିନ ହେବ ଏହି ଭାଲୁଡୁଙ୍ଗୁରି ପାହାଡ଼ରୁ ଟ୍ରକ୍ ଟ୍ରକ୍ ମାଙ୍ଗାନିଜ୍‌ ଚୋରା ଚାଲାଣ କରାଯାଉଛି। ତେବେ ପ୍ରଶାସନ ସବୁ ଦେଖି ମଧ୍ୟ ଚେଇଁ ଶୋଇ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।