ବିଷ୍ଣୁ ସେଠୀଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ହେଲା କିଡନୀଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ବିଜେପିର ତୁଙ୍ଗ ନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଖବରକୁ ସହଜେ କେହି ଗ୍ରହଣ କରିପାରୁ ନାହାନ୍ତି।ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ  ନେତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିଛନ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକଙ୍କ ଗଭୀର ଶୋକ ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ […]

bishnu-sethi

bishnu-sethi

Niharika Rout
  • Published: Monday, 19 September 2022
  • Updated: 19 September 2022, 01:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ହେଲା କିଡନୀଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ବିଜେପିର ତୁଙ୍ଗ ନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଖବରକୁ ସହଜେ କେହି ଗ୍ରହଣ କରିପାରୁ ନାହାନ୍ତି।ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ  ନେତା ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିଛନ୍ତି।

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକଙ୍କ ଗଭୀର ଶୋକ ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଟୁଇଟ୍ ଜରିଆରେ ସେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ବିକାଶରେ ବିଷ୍ଣୁ ବାବୁଙ୍କ ଅତୁଳନୀୟ ଅବଦାନ ଥିଲା । ଜଣେ ପରିଶ୍ରମୀ ବିଧାୟକ ଭାବେ ତାଙ୍କର ନିଆରା ପରିଚୟ ଥିଲା । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଏପରି ସମୟରେ ତାଙ୍କ ପରିବାରକୁ ସମବେଦନା ଜଣାଉଛି ।

ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଖବରରେ ଗଭୀର ମର୍ମାହତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ ପ୍ରକାଶ କରି ସେ କହିଛନ୍ତି,    ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀଲାଲ୍‌ ଶୋକ ପ୍ରକାଶ କରିଛନ୍ତି। ବିଷ୍ଣୁ ସେଠୀଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦଗତତି କାମନା କରିଛନ୍ତି ।

ବିଷ୍ଣୁ ସେଠୀଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି। ଧାମନଗର ବିଧାୟକ ତଥା ବିଧାନସଭାର ଉପନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ବିରୋଧି ଦଳ ଉପନେତା ଭାବରେ ବିଧାନସଭାରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ବଳିଷ୍ଟ ଭୂମିକା ଥିଲା ବୋଲି କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।

ବିଷ୍ଣୁ ସେଠୀଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଟ୍ୱିଟ କରି କହିଛନ୍ତି, ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଓଡ଼ିଶା ବିଜେପି ପାଇଁ ଅପୂରଣୀୟ କ୍ଷତି ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ତାଙ୍କ ଅବଦାନ ମନେ ରହିବ । ଏପରି ସମୟରେ ଭଗବାନ ତାଙ୍କ ପରିବାର ପ୍ରତି ସହାୟ ହୁଅନ୍ତୁ ବୋଲି ଟ୍ୱିଟ କରିଛନ୍ତି ବୈଜୟନ୍ତ ପଣ୍ଡା ।

ବିଷ୍ଣୁ ସେଠୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ କହିଛନ୍ତି, ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ଆମ ଦଳର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା।ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି ।

ଜଣେ ସ୍ନେହୀ,ଅମାୟିକ ବ୍ୟକ୍ତିତ୍ୱ ଭାବେବିଷ୍ଣୁ ଭାଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ବିଧାନସଭାରେ ଶାଣିତ ସ୍ୱରରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବାରେ ବିଷ୍ଣୁ ସେଠୀଙ୍କର ଶୈଳି ଥିଲା ନିଆରା। ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ । ଦକ୍ଷ ସଂଗଠକ ଭାବରେ ଆମ ଦଳର ସଂଗଠନକୁ ମଜଭୂତ୍ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ବସନ୍ତ ପଣ୍ଡା, କଂଗ୍ରେସର ପୁରୁଖା ନେତା ନରସିଂହ ମିଶ୍ର, ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବରଗଡ଼ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ମଧ୍ୟ ବିଷ୍ଣୁ ସେଠୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ବିଷ୍ଣୁ ସେଠୀଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ସାଂସଦ ବସନ୍ତ ପଣ୍ଡା କହିଥିବା ବେଳେ ବିଧାନସଭା ଜଣେ ଉଚ୍ଚକୋଟିର ବିଧାୟକଙ୍କୁ ହରାଇଲା ବୋଲି କହିଛନ୍ତି ନରସିଂହ ମିଶ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos