ଶରତଙ୍କୁ ବିରୋଧ କରି ଦଳରୁ ଇସ୍ତଫା ଦେଲେ ଏକାଧିକ ନେତା
ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ତେବେ ଏହାକୁ ନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିରେ ବିଦ୍ରୋହ ଦେଖାଦେଇଛି।
ଶରତ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ଅନେକ ବରିଷ୍ଠ ନେତା  ଓ କର୍ମକର୍ତ୍ତା ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେମାନେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଆଗକୁ ଆହୁରି ଅନେକ କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ ସେମାନେ କହିଛନ୍ତି।
ଶରତ ପଟ୍ଟନାୟକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର। ତେଣୁ ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି। ଶରତ ବାରମ୍ବାର ନିର୍ବାଚନରେ ହାରିଥିବାରୁ ସେଭଳି ବ୍ୟକ୍ତିଙ୍କୁ ପ୍ରାର୍ଥିତ୍ୱକୁ କର୍ମୀମାନେ ବିରୋଧ କରୁଛନ୍ତି ବୋଲି ସେମାନେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
(image) ସେହିଭଳି ସମ୍ବଲପୁର ବିଧାନସଭା ଆସନରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ପ୍ରାର୍ଥିତ୍ୱକୁ ଅନେକ ଦଳୀୟ କର୍ମୀ ବିରୋଧ କରିଛନ୍ତି।  ପୂର୍ବରୁ କଂଗ୍ରେସ ଜିଲ୍ଲା ସଭାପତି ଅଶ୍ୱିନୀ ଗୁରୁଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ କାଟି ଅଶ୍ୱିନୀ ପୂଜାହାରୀଙ୍କୁ ଦଳ ପ୍ରାର୍ଥୀ କରିଛି। ଏଣୁ ଅସନ୍ତୋଷ ଦେଖାଦେଇଛି।
https://youtu.be/LK-xi8P5wO0
Ordigital Desk
• Published: Thursday, 04 April 2019
• Updated: 04 April 2019, 02:38 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos