କନ୍ଧମାଳରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

Ordigital Desk
  • Published: Tuesday, 27 March 2018
  • , Updated: 27 March 2018, 10:50 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ନାରାୟଣପାଟଣାରେ ୪ ମାଓବାଦୀଙ୍କ ମୁଣ୍ଡ ଗଡ଼ିବା ପରେ ଆଜି କନ୍ଧମାଳ କୁକୁଲାଝର ଜଙ୍ଗଲରେ ଧ୍ୱଂସ ପାଇଛି ମାଓ କ୍ୟାମ୍ପ । ସୁରକ୍ଷା କର୍ମୀଙ୍କ କଡ଼ା ଜବାବରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ସଂଗଠନ KKBN ଡିଭିଜନ ବାଦଲ ଦଳର ସଦସ୍ୟ । ଘଟଣାସ୍ଥଳରୁ ମିଳିଛି ବହୁ ମାଓ କିଟ୍ । ସେପଟେ କେମିତି ଚାଲିଛି ମାଓଦମନ ରଣନୀତି, ଜାଣିବାକୁ ଆଜି ଅଚାନକ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି ପୋଲିସ୍ ଡିଜି। .</p> <p>ମାରଣାସ୍ତ୍ର, ରେଡିଓ, ସିଲେଇ ମେସିନ୍ ଓ କିଟ୍ ବ୍ୟାଗ୍ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା କୁକୁଲାଝର ଜଙ୍ଗଲରୁ ମିଳିଥିବା ସାମଗ୍ରୀ ଦେଖି ଠିକ୍ ବାରି ହେବ କି ବ୍ୟବସ୍ଥିତ ଢଙ୍ଗରେ ଘଞ୍ଚ ଜଙ୍ଗଲରେ ରହୁଛନ୍ତି ମାଓବାଦୀ। ଗୁଇନ୍ଦା ସୂଚନା ଆଧାରରେ ଆଜି ସକାଳ ୬ଟା ବେଳେ ଏସଓଜି ବାହିନୀଙ୍କ ଅଚାନକ ହମ୍ଲା ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ଧ୍ୱଂସ ପାଇଛି କ୍ୟାମ୍ପ । କମ୍ବିଂ ଅପରେସନରେ ଯାଇଥିବା ସୁରକ୍ଷାକର୍ମୀ କ୍ୟାମ୍ପ ପାଖାପାଖି ହେବା ମାତ୍ରେ ଅନ୍ଧାଧୂନ୍ ଗୁଳି ଚଳାଇଥିଲେ । ମାଓବାଦୀ ସୁରକ୍ଷାକର୍ମୀ ବି ଦେଇଥିଲେ କଡ଼ା ଜବାବ । ମୁକାବିଲା ଚାଲିଥିବା ବେଳେ କ୍ୟାମ୍ପ ଛାଡ଼ି ଖସି ଯାଇଥିଲେ ସମସ୍ତ ମାଓବାଦୀ । ଛତ୍ରଭଙ୍ଗ ଦେଇଥିବା ମାଓବାଦୀ କୋଳାହାଣ୍ଡି-କନ୍ଧମାଳ, ବୌଦ୍ଧ, ନୟାଗଡ଼ ଡିଭିଜନ-KKBNର ବାଦଲ ଦଳମ୍&zwnj; ସଦସ୍ୟ ବୋଲି ସନ୍ଦେହ କରାଯାଉଛି । କାରଣ ଏହି ସଂଗଠନ କୁକୁଲାଝର ଜଙ୍ଗଲରେ ବେଶ୍ ସକ୍ରିୟ ବୋଲି ପୋଲିସ ପାଖରେ ରହିଛି ପକ୍କା ଖବର।</p>

Related story