ସ୍ୱାଧୀନତା ଦିବସ ପୂର୍ବରୁ ମାଓବାଦୀ ସକ୍ରିୟ, କେଉଁଠି ପୋଷ୍ଟର ବ୍ୟାନର ତ କେଉଁଠି ଗୁଳିବିନିମୟ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏସଓଜି ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍‌ ଚାଲିଥିବା ବେଳେ ଏହି  ଗୁଳି ବିନିମୟ ହୋଇଥିଲା। ବଲାଙ୍ଗିର ଏସପି କେ.ସୁବ୍ରମଣୀ  ଏହି ସୂଚନା ଦେଇଛନ୍ତି। ବଲାଙ୍ଗିର ଏସପି କହିଛନ୍ତି,“ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ ମାନେ ଥିବା ଗତକାଲି ରାତିରେ ଆମେ ଖବର ପାଇଥିଲୁ।  ଫଳରେ ଏସଓଜିର ୨ଟି ଟିମ୍‌ ଓ ସିଆରପିଏଫର ୨ଟି ଟିମ୍ ସେହି ଅଞ୍ଚଳରେ […]

posert

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 10:50 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏସଓଜି ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍‌ ଚାଲିଥିବା ବେଳେ ଏହି  ଗୁଳି ବିନିମୟ ହୋଇଥିଲା। ବଲାଙ୍ଗିର ଏସପି କେ.ସୁବ୍ରମଣୀ  ଏହି ସୂଚନା ଦେଇଛନ୍ତି।

ବଲାଙ୍ଗିର ଏସପି କହିଛନ୍ତି,“ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ ମାନେ ଥିବା ଗତକାଲି ରାତିରେ ଆମେ ଖବର ପାଇଥିଲୁ।  ଫଳରେ ଏସଓଜିର ୨ଟି ଟିମ୍‌ ଓ ସିଆରପିଏଫର ୨ଟି ଟିମ୍ ସେହି ଅଞ୍ଚଳରେ ମିଳିତ କମ୍ବିଂ ଅପରେସନ୍‌ କରିଥିଲେ। ଆଜି ସକାଳେ ପ୍ରାୟ ୯ଟା ୩୦ରେ  ମାଓମାଦୀମାନେ ଗୁଳବିନିମୟ କରିଥିଲେ। ପରେ ଯବାନମାନେ ତାଙ୍କୁ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ସୁରକ୍ଷାକର୍ମୀ- ମାଓ଼ବାଦୀଙ୍କ ମଧ୍ୟରେ ଗୁଳିବିନିମୟ  ଜାରି ରହିଛି।”

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ମାଓବାଦୀମାନେ ମାଓ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଖବର ଆସିଥିଲା। ଆସନ୍ତାକାଲି ସ୍ୱାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ପୋଷ୍ଟର ମାଧ୍ୟମରେ ‌ଆହ୍ୱାନ ଦେଇଥିଲେ ମାଓବାଦୀ।  ଏହି ପୋଷ୍ଟର ଓ ବ୍ୟାନର ତଳକୁ ସିପିଆଇ ମାଓବାଦୀ ବୋଲି ଲେଖାଯାଇ଼ଥିଲା।

ଗତକାଲି ବରଗଡ଼–ବଲାଙ୍ଗିର ଡିଭିଜନ ମାଓବାଦୀଙ୍କ ପକ୍ଷରୁ ଧମକପୂର୍ଣ୍ଣ ଅଡ଼ିଓ ଜାରି କରାଯାଇଥିଲା।  ସ୍ୱାଧୀନ ଦିବସକୁ ବର୍ଜନ କରିବାକୁ ଏହି ଅଡ଼ିଓରେ କୁହାଯାଇଥିଲା।

ପ୍ରତିବର୍ଷ  ସ୍ୱାଧୀନତା  ଦିବସ ଓ ଜାନୁଆରୀ ୨୬ରେ ମାଓବାଦୀମାନେ ଅଘଟଣ ଘଟାଇଥାନ୍ତି। ତାଙ୍କର ଉପସ୍ଥିତି ଜାରି କରିବା ପାଇଁ ମାଓବାଦୀମାନେ ଏପରି କରିଥାନ୍ତି। ଆସନ୍ତାକାଲି ସ୍ୱାଧୀନତା ଦିବସ ଥିବାରୁ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

 

Related story