ନୂଆପଡ଼ାରେ ମାଓ ପୋଷ୍ଟର

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନିଲଜି ଓ କର୍ଲାଖମାର ଗାଁରେ ଶତାଧିକ ସଂଖ୍ୟାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମେନପୁର-ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ପୋଷ୍ଟରରେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ମକରନ ପହରିଆ ଓ ଯୁସୁଫ ମହମ୍ମଦକୁ ମୁକ୍ତ କରିବାକୁ ଦାବି ହୋଇଛି।

ମାଓବାଦୀ ନାଁରେ ପୋଲିସ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।