ବିଶ୍ରାମାଗାର କାନ୍ଥରେ ନକ୍ସଲ ପୋଷ୍ଟର

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣାସ୍ଥିତ ଏକ ବିଶ୍ରାମଗାର କାନ୍ଥରେ ଆଜି ସକାଳେ ଏକ ନକ୍ସଲ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନମାନଙ୍କୁ ନକ୍ସଲ ନାମରେ ଗିରଫ କରିବା ବନ୍ଦ କରାଯାଉ ବୋଲି କୁହାଯାଇଛି। ଏହାସହ ପୁଲିସ ଇନ୍‌ଫର୍ମର ଓ କଣ୍ଟ୍ରାକ୍ଟରମାନେ ପୁଲିସ ଦଲାଲ କାମ କରିବା ବନ୍ଦ କରନ୍ତୁ ବୋଲି ପୋଷ୍ଟରରେ କୁହାଯାଇଛି। ସିକୁନ ସିକକାଙ୍କୁ ତୁରନ୍ତ ଜେଲରୁ ମୁକ୍ତି କରାଯାଉ ଓ […]

mao.jpg,,,

Tapaswini Nayak
  • Published: Saturday, 24 August 2019
  • , Updated: 24 August 2019, 03:17 PM IST

ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣାସ୍ଥିତ ଏକ ବିଶ୍ରାମଗାର କାନ୍ଥରେ ଆଜି ସକାଳେ ଏକ ନକ୍ସଲ ପୋଷ୍ଟର ଲାଗିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନମାନଙ୍କୁ ନକ୍ସଲ ନାମରେ ଗିରଫ କରିବା ବନ୍ଦ କରାଯାଉ ବୋଲି କୁହାଯାଇଛି।

ଏହାସହ ପୁଲିସ ଇନ୍‌ଫର୍ମର ଓ କଣ୍ଟ୍ରାକ୍ଟରମାନେ ପୁଲିସ ଦଲାଲ କାମ କରିବା ବନ୍ଦ କରନ୍ତୁ ବୋଲି ପୋଷ୍ଟରରେ କୁହାଯାଇଛି। ସିକୁନ ସିକକାଙ୍କୁ ତୁରନ୍ତ ଜେଲରୁ ମୁକ୍ତି କରାଯାଉ ଓ ନିୟମଗିରି ଭିଟାମାଟିକୁ ବଞ୍ଚାଓ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ସିପିଆଇ ନକ୍ସଲ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ନ ଥିବା ଜଣାଯାଇଛି।

Related story