ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତ ଭିବାଭରମ ଗାଁରେ ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଗୁଳି କରି ହତ୍ୟା କରିଛନ୍ତି। ମୃତକଦ୍ୱୟ ହେଲେ ପାଙ୍ଗି ସତିବାବୁ ଓ ଗାମେଲା ଭାସ୍କର। ଗତକାଲି ରାତିରେ ନକ୍ସଲମାନେ ସେମାନଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟା ପରେ ନକ୍ସଲମାନେ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଲଗାଇଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୁଲିସ୍ ଇନଫର୍ମର ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଛି । […]

malkangiri

Jyoshna Pradhan
  • Published: Thursday, 18 July 2019
  • , Updated: 18 July 2019, 03:05 PM IST

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଆନ୍ଧ୍ର ସୀମାନ୍ତ ଭିବାଭରମ ଗାଁରେ ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଗୁଳି କରି ହତ୍ୟା କରିଛନ୍ତି। ମୃତକଦ୍ୱୟ ହେଲେ ପାଙ୍ଗି ସତିବାବୁ ଓ ଗାମେଲା ଭାସ୍କର।

ଗତକାଲି ରାତିରେ ନକ୍ସଲମାନେ ସେମାନଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟା ପରେ ନକ୍ସଲମାନେ ଘଟଣାସ୍ଥଳରେ କିଛି ହାତ ଲେଖା ପୋଷ୍ଟର ଲଗାଇଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ପୁଲିସ୍ ଇନଫର୍ମର ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଛି ।

କରୁକୋଣ୍ଡା ଦଲମ ନକ୍ସଲ ଏହି ଘଟଣା ଘଟାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

 

Related story