ରାତି ଅଧରେ ଆକାଶ ମାର୍ଗରୁ ନକ୍ସଲ କ୍ୟାମ୍ପ ଉପରେ ହେଲା ବୋମା ବର୍ଷଣ!

ମାଲକାନଗିରି (ଓଡ଼ିଶା ରିପୋର୍ଟର): ନିସ୍ତବ୍ଧ ରାତି। ଶୂନ୍‌ଶାନ୍ ଥିଲା ଗାଁଠୁ ସହର। ତା’ରି ଭିତରେ ସକ୍ରିୟ ହୋଇଥିଲେ ନକ୍ସଲ। ଆଉ ରଚୁଥିଲେ ଷଡ଼ଯନ୍ତ୍ର। ଠିକ୍‌ ସେହି ସମୟରେ ଆକାଶ ମାର୍ଗରୁ ହେଲା ବୋମା ବର୍ଷା। ଆଉ ଛତ୍ରଭଙ୍ଗ ଦେଲେ ନକ୍ସଲ। ଯିଏ ଯେଉଁଠି ପରିଲା ଲୁଚିଗଲେ। ଅଳ୍ପକେ ବର୍ତ୍ତିଗଲେ ନକ୍ସଲ ଓ ତାଙ୍କ ନେତା। ଗତ ଦୁଇ ଦିନ ତଳେ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାରେ ଏପରି ଘଟିଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପ୍ରେସ୍‌ରିଲିଜ ଜାରି […]

sukma

Manoranjan Sial
  • Published: Sunday, 17 April 2022
  • , Updated: 17 April 2022, 06:33 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ନିସ୍ତବ୍ଧ ରାତି। ଶୂନ୍‌ଶାନ୍ ଥିଲା ଗାଁଠୁ ସହର। ତା’ରି ଭିତରେ ସକ୍ରିୟ ହୋଇଥିଲେ ନକ୍ସଲ। ଆଉ ରଚୁଥିଲେ ଷଡ଼ଯନ୍ତ୍ର। ଠିକ୍‌ ସେହି ସମୟରେ ଆକାଶ ମାର୍ଗରୁ ହେଲା ବୋମା ବର୍ଷା। ଆଉ ଛତ୍ରଭଙ୍ଗ ଦେଲେ ନକ୍ସଲ। ଯିଏ ଯେଉଁଠି ପରିଲା ଲୁଚିଗଲେ। ଅଳ୍ପକେ ବର୍ତ୍ତିଗଲେ ନକ୍ସଲ ଓ ତାଙ୍କ ନେତା। ଗତ ଦୁଇ ଦିନ ତଳେ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାରେ ଏପରି ଘଟିଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପ୍ରେସ୍‌ରିଲିଜ ଜାରି କରି ସୂଚନା ଦେଇଛି। ତେବେ ନକ୍ସଲ ନେତାଙ୍କ ଏପରି ଅଭିଯୋଗ ନେଇ ମୁହଁ ଖୋଲିନି ପୁଲିସ୍‌।

ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଜାରି କରିଥିବା ପ୍ରେସ୍‌ରିଲିଜ୍‌ ଅନୁସାରେ ଗତ ୧୪ ଓ ୧୫ ତାରିଖରେ ଛତିଶଗଡ଼ ରାଜ୍ୟର କୋଟ୍ଟମ, ରାସମ୍‌, ଏରାମ୍‌, ସାକିଲେର, ମଡପା, ଦୁଲେଡ, କନ୍ନେମରକା, ପୋଟେମାନଗୁମ୍‌ ଏବଂ ବୋତମ୍‌ ଭଳି ଗାଁ ଉପରେ ପୁଲିସ୍‌ ଡ୍ରୋନ୍‌ ସାହାଯ୍ୟରେ ବୋମା ବର୍ଷଣ କରିଛି। ରାତି ପ୍ରାୟ ଗୋଟାଏରୁ ଦୁଇଟା ବେଳେ ଏହି ବୋମା ବର୍ଷଣ କରାଯାଇଥିଲା। ପ୍ରାୟ ୫୦ରୁ ଅଧିକ ବୋମା ବର୍ଷଣ କରାଯାଇଥିଲା। ଅଳ୍ପକେ ବର୍ତ୍ତି ଯାଇଥିଲେ ନକ୍ସଲ। ଏପରି ବୋମା ବର୍ଷଣକୁ ନିନ୍ଦା କରିବା ସହ ଆଗାମୀ ଦିନର ଏହାର ଉଚିତ ଜବାବ ଦିଆଯିବ ବୋଲି ନକ୍ସଲମାନେ ଚେତାବନୀ ଦେଇଛନ୍ତି।

ଆକାଶ ମାର୍ଗରୁ ବୋମା ବର୍ଷା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ କିଏ କରିଛନ୍ତି, ସେ ବିଷୟରେ ଜାଣିନାହାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଅନ୍ୟପକ୍ଷରେ ନକ୍ସଲଙ୍କ ଏପରି ଅଭିଯୋଗ ନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Related story