ମାଓବାଦୀଙ୍କ ବନ୍ଦ ଡାକରା: ଗଛକାଟି ରାସ୍ତାରେ ପକାଇଲେ, ପୋଷ୍ଟର ଲଗାଇଲେ

ଉମରକୋଟ/କଳାହାଣ୍ଡି(ଓଡ଼ିଶା ରିପୋର୍ଟର): କିଛି ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି ଲାଲବାହିନୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ଆଜି ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ବିଭିନ୍ନ ଅଞ୍ଚଳ ଓ ସହରର ନିର୍ମାଣାଧୀନ ଜଗନ୍ନାଥଙ୍କ ରଥରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କୁନ୍ଦେଇ ସହର ମଧ୍ୟରେ ଏହି ପୋଷ୍ଟର ସବୁ ଲଗାଯାଇଛି। ବନ୍ଦ ଡାକରାକୁ ସଫଳ କରିବା ପାଇଁ ପୋଷ୍ଟର ଜରିଆରେ […]

mao 23

mao 23

Rakesh Mallick
  • Published: Monday, 25 June 2018
  • Updated: 25 June 2018, 12:46 PM IST

ଉମରକୋଟ/କଳାହାଣ୍ଡି(ଓଡ଼ିଶା ରିପୋର୍ଟର): କିଛି ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି ଲାଲବାହିନୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ଆଜି ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ବିଭିନ୍ନ ଅଞ୍ଚଳ ଓ ସହରର ନିର୍ମାଣାଧୀନ ଜଗନ୍ନାଥଙ୍କ ରଥରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କୁନ୍ଦେଇ ସହର ମଧ୍ୟରେ ଏହି ପୋଷ୍ଟର ସବୁ ଲଗାଯାଇଛି। ବନ୍ଦ ଡାକରାକୁ ସଫଳ କରିବା ପାଇଁ ପୋଷ୍ଟର ଜରିଆରେ ଆହ୍ୱାନ ଦିଆଯାଇଛି।

ସେହପିରି କଳାହାଣ୍ଡି ଜିଲ୍ଲାରେ ବି ମାଓବାଦୀଙ୍କ ବନ୍ଦ ଡାକରାର ପ୍ରଭାବ ପଡ଼ିଛି। ମଦନପୁର ରାମପୁର ବ୍ଲକର ମାଣିକେରା, ଥୁଆମୁଲ୍ଲ ରାମପୁର ବ୍ଳକର ଫୁର୍ଲିଝରଣରେ ଗଛ କାଟି ରାସ୍ତା ଅବରୋଧ କରାଯାଇଛି। ଫଳରେ ଏହି ରାସ୍ତା ଗୁଡ଼ିକରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଲ ବାହିନୀର ପୋଷ୍ଟର୍ ଦେଖିବାକୁ ମିଳିଛି।

କନ୍ଧମାଳ ଜିଲ୍ଲାରେ ମଧ୍ୟ ମାଓବାଦୀଙ୍କ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି । ଗତକାଲି ରାତିରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ। ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ୍ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଳେଖ ରହିଛି। ବାଲିଗୁଡ଼ା-ଦାରିଙ୍ଗବାଡ଼ି ୫୯ ନମ୍ବର ଜାତୀୟ ରାଜପଥରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ଏହାସହ ଫୁଲବାଣୀ-ଗୋଚ୍ଛାପଡ଼ା ରାସ୍ତା ନମରବାଲି ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାନାବହାନ ଚଳାଚଳରେ ବାଧା ଉପୁଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story