ମାର୍ଚ୍ଚରୁ ମେ ଟାଇଁ ଟାଇଁ ଖରା, ଆକଶରୁ ଖସିବ ନିଆଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଏବର୍ଷ ଆହୁରି ତାଉ ଦେଖାଇବ ତାତି। ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦। ଆକାଶରୁ ଖସିବ ନିଆଁ ଝୁଲ। ତତଲା କଡ଼େଇରେ ଭାଜି ହେବ ଓଡ଼ିଶା ସମେତ ଦେଶର କୋର୍ ହିଟ୍ ଓ୍ୱେଭ୍ ଜୋନରେ ଆସୁଥିବା ବିଭିନ୍ନ ରାଜ୍ୟ। ମାର୍ଚ୍ଚ, ଏପ୍ରିଲ୍ ଓ ମେ ଏହି ସମୟରେ ପୂର୍ବରୁ ଯେତେ ସବୁ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ତାକୁ ବି ଟପିଯିବ ଏ ବର୍ଷର ତାତି ଖରା। ଏଭଳି ଆକଳନ କରିଛନ୍ତି ଉଭୟ […]

sun

sun

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 07:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଏବର୍ଷ ଆହୁରି ତାଉ ଦେଖାଇବ ତାତି। ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦। ଆକାଶରୁ ଖସିବ ନିଆଁ ଝୁଲ। ତତଲା କଡ଼େଇରେ ଭାଜି ହେବ ଓଡ଼ିଶା ସମେତ ଦେଶର କୋର୍ ହିଟ୍ ଓ୍ୱେଭ୍ ଜୋନରେ ଆସୁଥିବା ବିଭିନ୍ନ ରାଜ୍ୟ। ମାର୍ଚ୍ଚ, ଏପ୍ରିଲ୍ ଓ ମେ ଏହି ସମୟରେ ପୂର୍ବରୁ ଯେତେ ସବୁ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ତାକୁ ବି ଟପିଯିବ ଏ ବର୍ଷର ତାତି ଖରା। ଏଭଳି ଆକଳନ କରିଛନ୍ତି ଉଭୟ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗ।

ପୂର୍ବାନୁମାନ ଅନୁସାରେ କୋର ହିଟ୍ ଓ୍ୱେଭ୍ ଜୋନରେ ଆସୁଥିବା ରାଜ୍ୟ ଗୁଡ଼ିକ ହେଲା ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ଉତ୍ତର ପ୍ରଦେଶ, ଗୋଆ ଏବଂ ଓଡ଼ିଶା। ଏହି ସବୁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ଗତଥର ଅପେକ୍ଷା ଏବର୍ଷ ଆହୁରି ଦଶମିକ ୫ରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଯଦି ଆକଳନ ସତ ହେବ ତାହେଲେ ଏବର୍ଷ ବି ନିଆଁ ସଦୃଶ ରୌଦ୍ରତାପରେ ସିଝିବ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା। ମୁଣ୍ଡଫଟା ଖରା ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳିରେ ଛଟପଟ ହେବ ଉପକୂଳ ଓଡ଼ିଶା।

୨୦୦୩ ମସିହା ଜୁନ୍ ୩ରେ ଓଡ଼ିଶାର ଟିଟିଲାଗଡ଼ ଓ ୨୦୧୯ ଜୁନ୍ ପହିଲାରେ ରାଜସ୍ଥାନର ଚାରୁ ୫୦ ଡିଗ୍ରୀ ତାପମାତ୍ରା ସହ ତାତିରେ କରିଥିଲେ ରେକର୍ଡ ବ୍ରେକ୍। ସେହିଭଳି ଗତବର୍ଷ ମେ ମାସ ୨୬ରେ ମଧ୍ୟ ଟିଟିଲାଗଡ଼ ୪୬.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିଲା। ଆକଳନ ଅନୁସାରେ ଏଠି ଏବର୍ଷ ତାପମାତ୍ରା ଆହୁରି ୧ ଡିଗ୍ରୀ ବଢିବା ନେଇ ଆକଳନ କରିଛି ଆଇଏମଡି। ତା’ସହ ଦେଶର ୪୩ ପ୍ରତିଶତ ଅଞ୍ଚଳ କୋର୍ ହିଟ୍ ଓ୍ୱେଭ୍ ଜୋନରେ ଗଣାଯିବ। ଯାହାକି ପରିବେଶ ଉପରେ ଘୋର ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା କରିଛନ୍ତି ପରିବେଶବିତ୍।

ସୂଚନାଯୋଗ୍ୟ, ୨୦୧୦ରୁ ୨୦୧୮ ମସିହାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ସାରା ଦେଶରେ ୬୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଛି। ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ୧୯୯୮ରେ ଭୟଙ୍କର ଅଂଶୁଘାତରେ ରାଜ୍ୟରେ ୨ହଜାର ୪୨ଜଣଙ୍କ ଜୀବନ ଯାଇଥିବାବେଳେ ସଚେତନତା ବଢିବାରୁ ୨୦୦୫ରେ ୨୩୬, ୨୦୧୦ରେ ୧୦୪, ୨୦୧୨ରେ ୮୩, ୨୦୧୮ରେ ୧୮ ଓ ୨୦୧୯ରେ ୧୬ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story