ବାହା ବେଦି ହେଲା ବ୍ରତ ବେଦି!

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ଝିଅର ବାହାଘର। ସେଥିପାଇଁ ପୂରା ଘରକୁ ସଜେଇ ଦିଆଯାଇଛି। କାନ୍ଥରେ ଲେଖାଯାଇଛି ବାହାଘର ଚିତା। ବାହାଘରରେ ସାମିଲ ହୋଇଛନ୍ତି ପରିବାର ଓ ପରିଜନ। ଘର ଆଗରେ ବନ୍ଧା ଯାଇଛି ବେଦି। ଆଉ ବେଦି ଆଗରେ ଆକ୍‌ସନ୍‌ ମୋଡ୍‌ରେ ରହିଛି କ୍ୟାମେରା। ହେଲେ ହଠାତ୍‌ ବଦଳିଗଲା ଚିତ୍ର ଓ ଚରିତ୍ର। ଯେଉଁ ବେଦି ବର ଓ କନିଆ ବସିବା ପାଇଁ ବନ୍ଧା ଯାଇଥିଲା, ସେଠି ବସିଲା ‘ବ୍ରହ୍ମଚାରୀ’। ଅର୍ଥାତ ବାହା ବେଦି ପାଲଟିଗଲା ବ୍ରତ […]

athagardh

athagardh

Manoranjan Sial
  • Published: Friday, 28 February 2020
  • Updated: 28 February 2020, 08:51 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ଝିଅର ବାହାଘର। ସେଥିପାଇଁ ପୂରା ଘରକୁ ସଜେଇ ଦିଆଯାଇଛି। କାନ୍ଥରେ ଲେଖାଯାଇଛି ବାହାଘର ଚିତା। ବାହାଘରରେ ସାମିଲ ହୋଇଛନ୍ତି ପରିବାର ଓ ପରିଜନ। ଘର ଆଗରେ ବନ୍ଧା ଯାଇଛି ବେଦି। ଆଉ ବେଦି ଆଗରେ ଆକ୍‌ସନ୍‌ ମୋଡ୍‌ରେ ରହିଛି କ୍ୟାମେରା। ହେଲେ ହଠାତ୍‌ ବଦଳିଗଲା ଚିତ୍ର ଓ ଚରିତ୍ର। ଯେଉଁ ବେଦି ବର ଓ କନିଆ ବସିବା ପାଇଁ ବନ୍ଧା ଯାଇଥିଲା, ସେଠି ବସିଲା ‘ବ୍ରହ୍ମଚାରୀ’। ଅର୍ଥାତ ବାହା ବେଦି ପାଲଟିଗଲା ବ୍ରତ ବେଦି। ହେଲେ କ’ଣ ପାଇଁ କ୍ଷଣକ ଭିତରେ ବଦଳିଗଲା ସବୁକିଛି? ତାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବ। ଛାଡ଼ନ୍ତୁ ଏତେ ଦ୍ୱନ୍ଦ୍ୱରେ ରୁହନ୍ତୁନି। ଆମେ ଆପଣଙ୍କ ଦ୍ୱନ୍ଦ୍ୱ ଦୂର କରୁଛୁ। ନାବାଳିକା ଝିଅ ବାହାଘର ଲୁଚାଇବା ପାଇଁ ପରିବାର ଲୋକେ ଏପରି ନାଟକ କରିଛନ୍ତି। କଟକ ଜିଲ୍ଲା ଆଠଗଡ଼ ଥାନା ଅଞ୍ଚଳରୁ  ଏପରି ଅଭିଯୋଗ ଆସିଛି।

ପୂରା ଘଟଣାଟି ଏମିତି। ଆଠଗଡ଼ ଥାନା ଅଞ୍ଚଳର ଗେଲି(ଛନ୍ମନାମ)। ବୟସ ପାଖାପାଖି ୧୫ ବର୍ଷ ହେବ। ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି। ଗେଲିଙ୍କ ଇଚ୍ଛା ବିରୋଧରେ ଯାଇ ପରିବାର ଲୋକେ ତାଙ୍କର ବାହାଘର କରାଇ ଦେବା ପାଇଁ ସ୍ଥିର କରିଛନ୍ତି। ବାହାଘର ସ୍ଥିର ହୋଇଥିବାରୁ ଗେଲି ହାତରେ ମେହେନ୍ଦୀ ଓ ଶଙ୍ଖା ପିନ୍ଧି ଯାଇଥିଲେ ପରୀକ୍ଷା ଦେବା ପାଇଁ। ଆଉ ପରୀକ୍ଷା ହଲ୍‌ରେ ସୁପରିଟେଣ୍ଡେଣ୍ଟଙ୍କୁ କହିଥିଲେ ଶୁକ୍ରବାର ମୋର ବାହାଘର। ଯାହା ଶିକ୍ଷକଙ୍କୁ ବିସ୍ମିତ କରିଥିଲା।

ତେବେ ଆଜି ଥିଲା ଗେଲିର ବାହାଘର। ସେଥିପାଇଁ ସବୁପ୍ରକାର ପ୍ରସ୍ତୁତି ସରିଥିଲା। ବେଦିକୁ ସଜା ଯାଇଥିବା ବେଳେ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା। ବାହାଘର ସମ୍ପର୍କରେ ସୂଚନା ପାଇ ଆଠଗଡ଼ ଥାନା ପୁଲିସ ଓ ଶିଶୁ ସୁରକ୍ଷା ଅଧିକାରୀମାନେ ଗାଁରେ ପହଞ୍ଚିଥିଲେ। ହେଲେ ଝିଅ ଘର ଲୋକଙ୍କ ବୁଦ୍ଧି ମାନିବାକୁ ପଡ଼ିବ। ସେମାନେ ସଙ୍ଗେ ସଙ୍ଗେ ବାହା ବେଦିକୁ ବ୍ରତ ବେଦିରେ ପରିଣତ କରିଦେଲେ। ଝିଅ ବଦଳରେ ଜଣେ ପିଲାକୁ ବସାଇ ଦେଲେ। କାନ୍ଥରେ ଲେଖାଯାଇଥିବା ନାଁ ଉପରେ ପଟି ମାରିଦେଲେ। କ୍ଷଣକ ଭିତରେ ସବୁକିଛି ବଦଳିଗଲା। ଆଉ ତଦନ୍ତ କରିବାକୁ ଯାଇଥିବା ପୁଲିସ ଓ ଶିଶୁ ସୁରକ୍ଷା ଅଧିକାରୀମାନେ ନିରାଶ ହେଲେ। ତଥାପି ମନରେ ସନ୍ଦେହ ହେବାରୁ ଗେଲିକୁ ଖୋଜିଥିଲେ। ହେଲେ ଝିଅ ଘରେ ନାହିଁ ବୋଲି କହିଥିଲେ। ବହୁ ତର୍କ ବିତର୍କ ପରେ ଶେଷରେ ଝିଅ ବାହାଘର କଥା ମାନିଲେ ପରିବାର ଲୋକେ। ଏହା ପରେ ଶିଶୁ ସୁରକ୍ଷା ଅଧିକାରୀମାନେ କଠୋର ହୋଇଥିଲେ। ଝିଅକୁ ବାହା ନକରି ସୋମବାର CWC ରେ ହଜାର କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story