ପ୍ରତାରଣା କରି ଜେଲ୍‌ ଯିବା ପରେ ଅନୁତାପ କଲା ପ୍ରେମିକ, ଜେଲ୍‌ରେ ହେଲା ବିବାହ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ମନ ଦିଆନିଆରୁ ଆରମ୍ଭ ହୁଏ ପ୍ରେମ ।  ପ୍ରେମରେ ଥାଏ ମାନ, ଅଭିମାନ, ରାଗରୁଷା । କେତେବେଳେ ମନ ମିଶିଗଲେ ଦୁହେଁ ସାତ ଜନ୍ମ ଲାଗି ସାଥୀ ହେବାର ସ୍ୱପ୍ନ ଦେଖନ୍ତି ତ କେତେବେଳେ ପ୍ରତାରଣାର ଯନ୍ତ୍ରଣାରେ ଜର୍ଜରିତ ହୁଅନ୍ତି। ହେଲେ ଯେତେ ଯାହା ବାଧା ଆସିଲେ ବି ନିଜ ପ୍ରେମ ତଥା ପ୍ରେମିକକୁ ଭୁଲିବା କଷ୍ଟକର। ଯେଉଁ ପ୍ରେମିକକୁ ଜଣେ ଯୁବତୀ ପ୍ରତାରକର ଆଖ୍ୟା ଦେଇ ଜେଲ୍‌କୁ ପଠାଇଥିଲା, ଶେଷରେ ସେହି […]

Marriage

Marriage

Niharika Rout
  • Published: Friday, 26 February 2021
  • Updated: 26 February 2021, 12:42 PM IST

Sports

Latest News

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ମନ ଦିଆନିଆରୁ ଆରମ୍ଭ ହୁଏ ପ୍ରେମ ।  ପ୍ରେମରେ ଥାଏ ମାନ, ଅଭିମାନ, ରାଗରୁଷା । କେତେବେଳେ ମନ ମିଶିଗଲେ ଦୁହେଁ ସାତ ଜନ୍ମ ଲାଗି ସାଥୀ ହେବାର ସ୍ୱପ୍ନ ଦେଖନ୍ତି ତ କେତେବେଳେ ପ୍ରତାରଣାର ଯନ୍ତ୍ରଣାରେ ଜର୍ଜରିତ ହୁଅନ୍ତି। ହେଲେ ଯେତେ ଯାହା ବାଧା ଆସିଲେ ବି ନିଜ ପ୍ରେମ ତଥା ପ୍ରେମିକକୁ ଭୁଲିବା କଷ୍ଟକର।

ଯେଉଁ ପ୍ରେମିକକୁ ଜଣେ ଯୁବତୀ ପ୍ରତାରକର ଆଖ୍ୟା ଦେଇ ଜେଲ୍‌କୁ ପଠାଇଥିଲା, ଶେଷରେ ସେହି ପ୍ରେମିକର ହାତ ଧରିଲେ। ବାହାଘର ହେଲା।  ତା’ ପୁଣି ଜେଲ୍‌ ଭିତରେ। କୋଳରେ ୩ ମାସର ଶିଶୁକୁ ଧରି ଦୁହେଁ ସାତ ଜନ୍ମର ସାଥୀ ହେବାକୁ କଥା ଦେଲେ। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଚୌଦ୍ୱାର ମଣ୍ଡଳ କାରାଗାରରେ।

[caption id="attachment_622747" align="aligncenter" width="650"]Marriage କୋଳରେ ୩ ମାସର ଛୁଆ ସହ ନବଦମ୍ପତି।[/caption]

କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଗୋବରା ପଞ୍ଚାୟତର କିରିକିଆ ଗ୍ରାମର ମଞ୍ଜୁ ଚାତାର।  ପାଠ ପଢୁଥିବା ବେଳେ ପ୍ରଥମେ ମୋବାଇଲରେ ସଂପର୍କ ଗଢିଉଠିଥିଲା ପାଖ ଗ୍ରାମ ଭରୁଙ୍ଗାବାଡିର ରାଜେଶ ସିଂଙ୍କ ସହିତ। ଦୁହେଁ ଅଲଗା ଅଲଗା ଧର୍ମର।

ପ୍ରଥମେ ଉଭୟଙ୍କ ମଧ୍ୟରେ ମନ ଦିଆନିଆ ହେବା ପରେ ଗଢି ଉଠିଥିଲା ଶାରିରୀକ ସଂପର୍କ। ଫଳରେ ମଞ୍ଜୁ ହୋଇଥିଲେ ଗର୍ଭବତୀ। ତେବେ ଯିଏ ସବୁଦିନ ପାଇଁ ନିଜର କରିଦେବ ବୋଲି ସୁନେଲୀ ସ୍ୱପ୍ନ ଦେଖାଇ ଥିଲା,  ଗର୍ଭବତୀ ହେବା ପରେ ସିଏ ଆଉ ଧରାଛୁଆଁ ଦେଲାନି।

ଗ୍ରାମ ବୈଠକରେ ବି କୌଣସି ସୁଫଳ ମିଳି ନ ଥିଲା। ଇତି ମଧ୍ୟରେ ରାଜେଶ ପାଇଁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପାଇଁ ଝିଅ ଖୋଜା ଆରମ୍ଭ କରିଦେଇଥିଲେ।

[caption id="attachment_622748" align="aligncenter" width="650"]Marriage ଥାନା ପରିସରରେ ଯୁବତୀ।[/caption]

ଏହା ଜାଣିପାରି ମଞ୍ଜୁ ପରିବାର ପକ୍ଷରୁ ସ୍ଥାନୀୟ ଗୁରୁଡିଝାଟିଆ ଥାନାରେ ନଭେମ୍ୱର ମାସ ୧୨ ତାରିଖରେ ଏକ ଅଭିଯୋଗ ଦିଆଯାଇଥିଲା। ଅଭିଯୋଗ ପାଇ ପୁଲିସ୍‌ ଅଭିଯୁକ୍ତ ରାଜେଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା।  ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରାଜେଶକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା।  ସ୍ପେଶାଲ ପୋକ୍ସୋ କୋର୍ଟରେ ମଧ୍ୟ ମାମଲାର ବିଚାର ଚାଲିଥିଲା।

ଜେଲ୍‌ରେ ରହିବା ଭିତରେ ରାଜେଶ ନିଜକୁ ଭୁଲ ବୁଝିପାରି ଅନୁତାପ କରିଥିଲା। ଏହାର ପ୍ରାୟଶ୍ଚିତ ସ୍ୱରୂପ ମଞ୍ଜୁକୁ ବିବାହ କରିବା ପାଇଁ ପରିବାର ଲୋକ ତଥା ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ କର୍ତ୍ତୃପକ୍ଷଙ୍କ  ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁବାନ୍ଧବଙ୍କ ଗହଣରେ ମଞ୍ଜୁ  ଓ ରାଜେଶଙ୍କ ବିବାହ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story