ପରକୀୟା ପ୍ରୀତିକୁ ନେଇ ମହିଳାଙ୍କ ତଣ୍ଟି କାଟି ଦେଲେ

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 09:49 AM IST
<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାରି&zwnj;ଆ ଥାନା ଅନ୍ତର୍ଗତ ସଡିଙ୍ଗ ଗାଁରେ ବିଭତ୍ସକାଣ୍ଡ ଘଟିଛି। ଜଣେ ବିବାହିତା ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ମହିଳା ଜଣଙ୍କ ସକୁନ୍ତଳା ମହାକୁଡ଼। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏନେଇ ପୋଲିସ୍ ଅଭିଯୁକ୍ତ ସୁଦାମ ଚରଣ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।</p> <p>ପୋଲିସ୍&zwnj; ପକ୍ଷରୁ କୁହାଯାଇଛି ଯେ- ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ସୁଦାମ ସହ ସକୁନ୍ତଳାଙ୍କ ସହ ଅନୈତିକ ସଂପର୍କ ଥିଲା। ଉଭୟଙ୍କ ମଧ୍ୟରେ କୌଣସି କଥା ନେଇ ବଚସା ହୋଇଥିଲା।ପରେ ସୁଦାମ ସକୁନ୍ତଳାଙ୍କୁ ବାଡ଼ି ପଛକୁ ଡାକି ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରିଥିଲା।</p> <p>&amp;nbsp;</p>

Related story