ଲାଞ୍ଚ ନେବା ପରେ ଜାଣିଲେ ଭିଜିଲାନ୍ସ ଆସିଛି, ଆଉ ତା’ପରେ...

କେନ୍ଦ୍ରାପଡ଼ା (ମନୋଜ କୁମାର ସ୍ୱାଇଁ): ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରେ ଭିଜିଲାନ୍ସ ରେଡ୍ ହେଉଛି। କେଉଁଠି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ାଉ କରୁଛି ତ କେଉଁଠି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି। ହେଲେ ଆଜି ରାଜ୍ୟର ଏକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ବେଳେ ଯେଉଁ ଘଟଣାଟି ଘଟିଛି, ତାହା ଟିକେ ଭିନ୍ନ। ଏ ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ। ଆଜି ଦିନ ପ୍ରାୟ ୧୧ଟା […]

BEO

BEO

Jitendra Garnayak
  • Published: Wednesday, 11 May 2022
  • Updated: 11 May 2022, 10:26 PM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ କୁମାର ସ୍ୱାଇଁ): ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରେ ଭିଜିଲାନ୍ସ ରେଡ୍ ହେଉଛି। କେଉଁଠି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ାଉ କରୁଛି ତ କେଉଁଠି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି। ହେଲେ ଆଜି ରାଜ୍ୟର ଏକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ବେଳେ ଯେଉଁ ଘଟଣାଟି ଘଟିଛି, ତାହା ଟିକେ ଭିନ୍ନ। ଏ ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ।

ଆଜି ଦିନ ପ୍ରାୟ ୧୧ଟା ବେଳେ ମାର୍ଶାଘାଇ ବିଇଓ ଶତ୍ରୁଘ୍ନ ବେହେରା ତାଙ୍କ ଅଫିସରେ ଥିଲେ। ଜଣେ ବ୍ୟକ୍ତି ତାଙ୍କୁ ଭେଟି ୨୦ ହଜାର ଟଙ୍କା ଦେଇଥିଲେ। ଏହା ଥିଲା ଲାଞ୍ଚ ଟଙ୍କା। ଉକ୍ତ ବ୍ୟକ୍ତିଙ୍କ ପେନ୍‌ସନ୍ କାମ କରି ଦେବା ପାଇଁ ସେ ଏହି ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ବିଇଓ ଶତ୍ରୁଘ୍ନ ବେହେରା ଟଙ୍କା ଗ୍ରହଣ କରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ରୁମ୍ ବାହାରକୁ ଚାଲି ଯାଇଥିଲେ। ତା’ପରେ ପୂର୍ବ ଯୋଜନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ଭିଜିଲାନ୍ସ ଅଧିକାରୀମାନେ ବିଇଓଙ୍କ କଠୋରୀକୁ ଯାଇ ତାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଥା’ନ୍ତେ ଓ ତାଙ୍କୁ ଗିରଫ କରିଥା’ନ୍ତେ। ହେଲେ ତା’ ପୂର୍ବରୁ ହୋଇଗଲା ଗଡ଼ବଡ଼। କେହି ବୋଧେ ବିଇଓଙ୍କୁ ଭିଜିଲାନ୍ସର ଉପସ୍ଥିତି ନେଇ ଦେଇ ଦେଲେ ସୂଚନା। ଆଉ କାଳବିଳମ୍ବ ନ କରି ବିଇଓ ଅଫିସ୍‌ର ପଛ ଗେଟ୍ ଦେଇ ଫେରାର ହୋଇଗଲେ।

ବିଇଓ ଫେରାର ହୋଇଯାଇଥିବା ଜାଣିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ରୁମ୍ ଯାଞ୍ଚ କରିଥିଲେ। ବିଇଓ ଫେରାର ହୋଇଯାଇଥିଲେ ବି ଅଫିସ୍‌ ଡ୍ରରେ ଲାଞ୍ଚ ଟଙ୍କା ଛାଡ଼ି ଯାଇଥିଲେ। ଏବିଇଓ ଓ ଅନ୍ୟ ଜଣେ କର୍ମଚାରୀଙ୍କ ଉପସ୍ଥିତିରେ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ ଟଙ୍କାକୁ ଜବତ କରିଥିଲେ।

ଏହା ପରେ ଭିଜିଲାନ୍ସ ଟିମ୍ ସାଲେପୁର ଯାଇଥିଲେ ବିଇଓଙ୍କ ଭଡ଼ା ଘରକୁ। କିନ୍ତୁ ବିଇଓ ସେଠାରେ ବି ନଥିଲେ। ଏମିତିକି ସେଠାରେ ତାଙ୍କ ଛୁଆପିଲା ବି ନଥିଲେ। ଭିଜିଲାନ୍ସ ପକ୍ଷରୁ ସାଲେପୁର ଅଞ୍ଚଳରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ତେବେ ବିଇଓ ସେଠାରେ ବି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos