ଜନ୍ମଭୂଇଁରେ ପହଞ୍ଚିଲା ସହିଦ ପ୍ରଦୀପ ପଣ୍ଡାଙ୍କ ମରଶରୀର

Ordigital Desk
  • Published: Wednesday, 03 January 2018
  • , Updated: 03 January 2018, 12:05 PM IST
<p>ସୁନ୍ଦରଗଡ଼( ଓଡ଼ିଶା ରିପୋର୍ଟର): ସହିଦ ପ୍ରଦୀପ ପଣ୍ଡାଙ୍କ ମର ଶରୀର ଜନ୍ମମାଟିରେ ପହଞ୍ଚିଛି। ତାଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇ ଉଠିଛି ଲିପଲୋଇ। ରାଜଗାଙ୍ଗପୁରର ସହର ପରିକ୍ରମା ପରେ ଏବେ ଶୋଭାଯାତ୍ରା ତାଙ୍କ ଗାଁରେ ପହଞ୍ଚିଛି।</p> <p>ଆଜି ସକାଳେ ପ୍ରଥମ ରାଜଗାଙ୍ଗପୁରରେ ପହଞ୍ଚିଥିଲା। ବୀର ଯବାନଙ୍କ ଶେଷ ଦର୍ଶନ ଲାଗି ଲୋକାରଣ୍ୟ ହୋଇଥିଲା ରାଜଗାଙ୍ଗପୁର ମିନି ଷ୍ଟାଡିୟମ। ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବୀର ସହିଦ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଷ୍ଟାଡିୟମ।</p> <p>ରାଜଗାଙ୍ଗପୁର ଷ୍ଟାଡିୟମରେ ହଜାର ହଜାର ଲୋକ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଧାୟକ ଦିଲୀପ ରାୟ, ସିଆରପିଏଫ ଡିଆଇଜି ବୀରେନ୍ଦ୍ର ଶର୍ମା, ଜିଲ୍ଲାପାଳ ବିନୀଥ ଭରଦ୍ୱାଜ ଓ ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।</p> <p>&amp;nbsp;</p>

Related story