ମରୁଡି ସ୍ଥିତି ପରଖିବା ଲାଗି  ପ୍ରଭାବିତ ଅଞ୍ଚଳ ଗସ୍ତ କଲା ବିଜେପିର ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ମରୁଡ଼ି ସ୍ଥିତି ପରଖିବା ଲାଗି ଆଜିଠୁ ବିଜେପି ଏକ ସ୍ୱତନ୍ତ୍ର ଟିମ୍ ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି। ଏହି ଟିମ୍ ମରୁଡ଼ି ପରିସ୍ଥିତିର ତଦନ୍ତ ସହ କ୍ଷତି ଆକଳନ କରିବ। ଦୁଇଦିନ ବିଜେପିର ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳ ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ବୁଲିବ। ପ୍ରଥମ ଦଫାରେ ଏହି ଦଳ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ମରୁଡ଼ି ଅଞ୍ଚଳ ଗସ୍ତ କରିବ। ବିଜେପି ରାଜ୍ୟ […]

kv_singh_deo_bjp-650x4301

kv_singh_deo_bjp-650x4301

Rakesh Mallick
  • Published: Monday, 07 September 2015
  • Updated: 07 September 2015, 09:19 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ମରୁଡ଼ି ସ୍ଥିତି ପରଖିବା ଲାଗି ଆଜିଠୁ ବିଜେପି ଏକ ସ୍ୱତନ୍ତ୍ର ଟିମ୍ ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି। ଏହି ଟିମ୍ ମରୁଡ଼ି ପରିସ୍ଥିତିର ତଦନ୍ତ ସହ କ୍ଷତି ଆକଳନ କରିବ। ଦୁଇଦିନ ବିଜେପିର ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳ ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ବୁଲିବ। ପ୍ରଥମ ଦଫାରେ ଏହି ଦଳ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ମରୁଡ଼ି ଅଞ୍ଚଳ ଗସ୍ତ କରିବ। ବିଜେପି ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ନେତୃତ୍ୱରେ ଗଠିତ ଏହି ଟିମରେ ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ବିଜେପି ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ କୃଷକ ମୋର୍ଚ୍ଚା ସଭାପତି ମହେଶ ସାହୁ ପ୍ରମୁଖ ରହିଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos