ମାସ୍କ ଓ ପିପିଇ କିଣା ଦୁର୍ନୀତି: ମୁଖ୍ୟ ସଚିବଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତିରେ ମୁଖ୍ୟ ସଚିବଙ୍କୁ ଆସନ୍ତା ୨୩ତାରିଖ ସୁଦ୍ଧା ପକ୍ଷ ରଖିବାକୁ ଓଡ଼ିଶା ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିବା ଦୁଇ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀଙ୍କ ଉତ୍ତରରେ ଲୋକାୟୁକ୍ତ ସନ୍ତୁଷ୍ଟ ନହୋଇ ମୁଖ୍ୟ ସଚିବଙ୍କୁ ଜବାବ ତଲବ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ […]

Odisha Lokayukta

Odisha Lokayukta

Manoranjan Sial
  • Published: Wednesday, 04 November 2020
  • Updated: 04 November 2020, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତିରେ ମୁଖ୍ୟ ସଚିବଙ୍କୁ ଆସନ୍ତା ୨୩ତାରିଖ ସୁଦ୍ଧା ପକ୍ଷ ରଖିବାକୁ ଓଡ଼ିଶା ଲୋକାୟୁକ୍ତ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିବା ଦୁଇ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀଙ୍କ ଉତ୍ତରରେ ଲୋକାୟୁକ୍ତ ସନ୍ତୁଷ୍ଟ ନହୋଇ ମୁଖ୍ୟ ସଚିବଙ୍କୁ ଜବାବ ତଲବ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଓ ସଦସ୍ୟ ବିକେ ନାୟକଙ୍କ ବେଂଚ ଏହି ଦୁର୍ନୀତି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ କ୍ରୟ କମିଟିର ଅଧ୍ୟକ୍ଷ ପଦରୁ ସ୍ୱାସ୍ଥ୍ୟ ସଚିବଙ୍କୁ କାହିଁକି ବାଦ୍ ଦିଆଗଲା ଓ ଏହା ପଛରେ କ’ଣ କାରଣ ରହିଛି ସେନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଆଜି ଲୋକାୟୁକ୍ତଙ୍କ ପାଖରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ମାସ୍କ ଓ ପିପିଇ କିଣାକୁ ନେଇ ସମସ୍ତ ନିଷ୍ପତ୍ତି ଜରୁରୀକାଳୀନ କ୍ରୟ କମିଟି ଓ କ୍ଷମତାପ୍ରାପ୍ତ ମନ୍ତ୍ରୀ କମିଟିର ଅନୁମୋଦନରେ ହୋଇଛି ବୋଲି ଉଭୟ ଆଇଏଏସ୍ ଅଫିସର ଶ୍ରୀ ଶର୍ମା ଓ ଶ୍ରୀମତୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିବା ଜଣାପଡ଼ିଛି। ତେବେ ଜରୁରୀକାଳୀନ କ୍ରୟ କମିଟିର ଅଧ୍ୟକ୍ଷଙ୍କୁ କାହିଁକି ପରିବର୍ତ୍ତନ କରାଗଲା ସେ ନେଇ ଲୋକାୟୁକ୍ତ ପ୍ରଶ୍ନ କରିବା ସହ ମୁଖ୍ୟ ସଚିବ ଏନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ଗତ ଅକ୍ଟୋବର ୫ତାରିଖରେ ଶୁଣାଣିବେଳେ ସ୍ୱାସ୍ଥ୍ୟ ସଚିବଙ୍କୁ ଲିଖିତ ଭାବେ ଜରୁରୀକାଳୀନ କ୍ରୟ କମିଟି ଓ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟିର ଅନୁମୋଦନରେ କିଣାଯାଇଥିବା ପିପିଇ ଓ ମାସ୍କ ଆଦି ଉପକରଣର ସମସ୍ତ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ କେଉଁ ପରିସ୍ଥିତିରେ ହେମନ୍ତ ଶର୍ମାଙ୍କୁ କ୍ରୟ କମିଟି ଅଧ୍ୟକ୍ଷ ପଦରୁ ବାଦ୍ ଦିଆଗଲା ତାହା ମଧ୍ୟ ଜାଣିବାକୁ ଚାହିଁଥିଲେ। ଓଡ଼ିଶା ବିକାଶ ପରିଷଦର ସୁଶାନ୍ତ କୁମାର ପାଢ଼ୀଙ୍କ ଅଭିଯୋଗ ଉପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଲୋକାୟୁକ୍ତ ନୋଟିସ୍ ଜାରି କରିଥିଲେ, ଯାହାର ଜବାବ ମଧ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଲିଖିତ ଭାବେ ରଖିଥିଲେ।ଆଜି ଶୁଣାଣିବେଳେ ଲୋକାୟୁକ୍ତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୩ତାରିଖକୁ ଧାର୍ଯ୍ୟ କରିଥିବାବେଳେ ମୁଖ୍ୟ ସଚିବଙ୍କ ପକ୍ଷ ଜାଣିବା ପରେ ଶୁଣାଣି କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ଓଡ଼ିଶା ବିକାଶ ପରିଷଦର ଶ୍ରୀ ପାଢ଼ୀଙ୍କ ମାସ୍କ ଓ ପିପିଇ କିଟ୍ କିଣାକୁ ନେଇ ଭିନ୍ନ ଭିନ୍ନ ଅଭିଯୋଗର ଶୁଣାଣି କରି ଲୋକାୟୁକ୍ତ ଆଇଏଏସ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀଙ୍କୁ ନୋଟିସ୍ ଜାରି କରିଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଉଭୟ ଅଫିସର ଅଗଷ୍ଟ ୧୧ତାରିଖରେ ହାଜର ହୋଇନଥିଲେ। ସେମାନେ ସେପ୍ଟେମ୍ବର ୧୪ତାରିଖରେ ହାଜର ହୋଇ ଲୋକାୟୁଙ୍କ ପାଖରେ ନିଜର ପକ୍ଷ ରଖିଥିବାବେଳେ ଆଜି ଦ୍ୱିତୀୟ ଥର ମଧ୍ୟ ହାଜର ହୋଇଥିଲେ। ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଷଡ଼ଙ୍ଗୀ ଲିଖିତ ଭାବେ ଲୋକାୟୁଙ୍କ ପାଖରେ ନିଜର ମତ ରଖିଛନ୍ତି।
ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣ ନାଁରେ ମାସ୍କ, ପିପିଇ କିଟ୍ ଆଦି ଉପକରଣ କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story