ଦୁଇ ଦିନରେ କେମିତି ଦୁଇଗୁଣା ବଢ଼ିଗଲା ମାସ୍କ ଦର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନରେ କେମିତି ପାଖାପାଖି ଦୁଇଗୁଣା ବଢ଼ିଗଲା ମାସ୍କର ଦର? ବିଳମ୍ବରେ ଅର୍ଡର କରି ଶୀଘ୍ର ଡେଲିଭରି ପାଇଁ ୫୦ ପ୍ରତିଶତ ଇନ୍ସେନ୍ଟିଭ୍ ଦେଇ ପିପିଇ କିଣିବା ପଛର ରହସ୍ୟ କଣ? ରାଜ୍ୟରେ କରୋନା ମହାବିପତ୍ତି ସମୟରେ ଖୋଦ୍ ଓଡ଼ିଶା ରାଜ୍ୟ ଔଷଧ ନିଗମର ପର୍ଚେଜ୍ ଅର୍ଡରରୁ ସାମ୍ନାକୁ ଆସିଛି ପିପିଇ ଓ ମାସ୍କ କିଣାରେ ବଡ଼ଧରଣର ଗଡ଼ବଡ଼ିର ଆଭାସ୍ । ଏନେଇ  ଓଡିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ  ଏପ୍ରିଲ ୧୫ ତାରିଖର […]

789

789

Tapas Behera
  • Published: Tuesday, 02 June 2020
  • Updated: 02 June 2020, 08:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନରେ କେମିତି ପାଖାପାଖି ଦୁଇଗୁଣା ବଢ଼ିଗଲା ମାସ୍କର ଦର? ବିଳମ୍ବରେ ଅର୍ଡର କରି ଶୀଘ୍ର ଡେଲିଭରି ପାଇଁ ୫୦ ପ୍ରତିଶତ ଇନ୍ସେନ୍ଟିଭ୍ ଦେଇ ପିପିଇ କିଣିବା ପଛର ରହସ୍ୟ କଣ? ରାଜ୍ୟରେ କରୋନା ମହାବିପତ୍ତି ସମୟରେ ଖୋଦ୍ ଓଡ଼ିଶା ରାଜ୍ୟ ଔଷଧ ନିଗମର ପର୍ଚେଜ୍ ଅର୍ଡରରୁ ସାମ୍ନାକୁ ଆସିଛି ପିପିଇ ଓ ମାସ୍କ କିଣାରେ ବଡ଼ଧରଣର ଗଡ଼ବଡ଼ିର ଆଭାସ୍ ।

ଏନେଇ  ଓଡିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ  ଏପ୍ରିଲ ୧୫ ତାରିଖର ଚିଠି ଜାରି କରାଯାଇଛି। ଟ୍ରିପଲ ଲେୟାର ମାସ୍କ କିଣିବାକୁ ଫରିଦାବାଦର ଏକ ସଂସ୍ଥାକୁ ଦିଆଯାଇଥିବା ପର୍ଚେଜ୍ ଅର୍ଡ଼ରରେ ମାସ୍କର ଦର ରହିଛି ୯ ଟଙ୍କା ୯୦ ପଇସା ।

ହେଲେ ମାତ୍ର ଦୁଇ ଦିନ ପରେ ଅର୍ଥାତ୍ ୧୭ ତାରିଖରେ ତାମିଲନାଡୁର ଏକ ସଂସ୍ଥାକୁ ଦିଆଯାଇଥିବା ପର୍ଚେଜ୍  ଅର୍ଡରରେ ସେଇ ଏକାଧରଣର ମାସ୍କ ପାଇଁ ଦର ବଦଳି ୧୬ ଟଙ୍କାକୁ ବଢ଼ିଯାଇଛି।

ଅର୍ଥାତ୍ ମାତ୍ର ଦୁଇ ଦିନରେ ସଂସ୍ଥା ବଦଳିବା ସହ ୬ ଟଙ୍କା ୧୦ ପଇସା ବଢ଼ିଗଲା ମାସ୍କର ଦର । ସବୁଠୁ ବଡ଼ କଥା ହେଉଛି ୯ ଟଙ୍କା ୯୦ ପଇସା ଦରରେ ମାତ୍ର ୫ ଲକ୍ଷ ମାସ୍କ କିଣା ଯାଇଥିଲା ବେଳେ ୧୬ ଟଙ୍କା ଦରରେ ୩୦ ଲକ୍ଷ ମାସ୍କ କିଣିବା ପାଇଁ ଅର୍ଡର ଦିଆଯାଇଛି। ଯାହାଫଳରେ ରାଜକୋଷରେ ସିଧା କୋଟିଏ ୩୦ ଲକ୍ଷ ଟଙ୍କାର ଚୂନ ଲାଗିଥିବା ଅଭିଯୋଗ ହୋଇଛି।

ଠିକ୍ ସେମିତି ପିପିଇ କିଟ୍ କିଣା ଅର୍ଡରକୁ ଦେଖନ୍ତୁ ।୧୬ ଏପ୍ରିଲରେ ତାମିଲନାଡୁର ଏକ ସଂସ୍ଥାକୁ ଏକ ଲକ୍ଷ ପିପିଇ କିଟ୍ ପାଇଁ ପର୍ଚେଜ୍ ଅର୍ଡର ଦିଆଯାଇଛି। କିଟ୍ ପିଛା ଦର ୯ ଶହ ଟଙ୍କା ଏବଂ ସେଇ ହିସାବରେ ଲକ୍ଷେ କିଟ୍‌ର ଦର ୯ କୋଟି । ହେଲେ ସାତ ଦିନ ଭିତରେ ଡେଲିଭରି ଦେଲେ ସଂସ୍ଥାକୁ କିଟ୍  ପିଛା ଆଉ ୯ ଶହ ଟଙ୍କା ଅର୍ଥାତ୍ ୯୦୦ ଟଙ୍କାର ପିପିଇ କିଟ୍‌କୁ ୫୦ ପ୍ରତିଶତ ପ୍ରୋତ୍ସାହନ ଦେଇ ୧୩୫୦ ଟଙ୍କାରେ କିଣାଯିବ ବୋଲି ଲେଖାଯାଇଛି ।

ଟିକେ ଭଲ କରି ତର୍ଜମା କଲେ ଏଠି ବି ସାଢ଼େ ୪ କୋଟି ଟଙ୍କା ଚୁନ ମାରିବା ପାଇଁ ବାଟ ଏକଦମ୍ ଖୋଲା ଥିବା ଅଭିଯୋଗ ହେଉଛି। ଅଭିଯୋଗର ଆଧାର ବି ଜଳ ଜଳ । ରାଜ୍ୟରେ ମାର୍ଚ୍ଚ ୨୫ ତାରିଖରୁ ଲକ ଡାଉନ୍ ଆରମ୍ଭ ହେଲାଣି। କିନ୍ତୁ ଏହାର ତିନି ସପ୍ତାହ ପରେ ପିପିଇ କିଟ୍ କିଣିବାକୁ ଅର୍ଡର ଯାଉଛି। ତେଣୁ ଏଠି ପ୍ରଶ୍ନ ଏତେ ଦିନ ଧରି , ନିଗମ କରୁଥିଲା କଣ ?  ବିଳମ୍ବରେ ଅର୍ଡର ଦେଇ ଯୋଗାଣ କାରୀ ସଂସ୍ଥାକୁ ୫୦ ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ବା ଇନସେଣ୍ଟିଭ୍ ଦେବା ପଛରେ କାହାର କି ସ୍ୱାର୍ଥ ରହିଛି ତାହା ବି ବଡ଼ ପ୍ରଶ୍ନ। ଏପଟେ କୋଟି କୋଟି ଟଙ୍କାର ମାସ୍କ କିଣା ହେଉଛି। କିନ୍ତୁ ତାକୁ ପାଉଛି କିଏ, କାହା ପାଖକୁ ଯାଉଛି? ତାକୁ ନେଇ ବି ପ୍ରଶ୍ନ ଉଠିଛି।

ତେବେ ଏନେଇ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ନଦେଇ ଲିଖିତ ପ୍ରତିକ୍ରିୟାରେ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା କହିଛନ୍ତି ପ୍ରଥମେ ମାସ୍କ ଦରର ବେସ୍ ପ୍ରାଇସ୍‌କୁ ୧୦ ଟଙ୍କା ରଖାଯାଇଥିଲା। ସେଇ ଅନୁସାରେ ପ୍ରଥମ ଅର୍ଡରଟି ଦିଆଯାଇଥିଲା । କିନ୍ତୁ ଏହା ପରେ ଏହାକୁ ୧୬ ଟଙ୍କାକୁ ସଂଶୋଧିତ କରାଯିବା ପରେ ସେଇ ଅନୁସାରେ ପରବର୍ତ୍ତୀ ଅର୍ଡର ଦିଆଯାଇଥିଲା। ହେଲେ କେବେ ମାସ୍କ ଦରରେ ସଂଶୋଧନ ହେଲା, ଏହା ପଛର କାରଣ କଣ? ଏବଂ ପିପିଇ କିଟ୍ ପାଇଁ ପ୍ରୋତ୍ସାହନ ରାଶିର କି ଆବଶ୍ୟକତା ଥିଲା, ବିଳମ୍ବରେ ଅର୍ଡର ଦିଆଯିବା ପଛର କାରଣ କ’ଣ, ଏସବୁ ପ୍ରଶ୍ନ ଏବେ ବି ଉତ୍ତର ଅପେକ୍ଷାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story