କାଲିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ୫ ମିନିଟ୍‌ ପାଇଁ ଲୁଣ ପାଣିରେ ଫୁଟାଇ ଖରାରେ ସମ୍ପୂର୍ଣ୍ଣ ଶୁଖାଇ ମାସ୍କ ତିଆରି କରିପାରିବେ। ଗାମୁଛା ଓ […]

mask-1--1

Manoranjan Sial
  • Published: Wednesday, 08 April 2020
  • , Updated: 09 April 2020, 07:39 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଆଇନତଃ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କାଲିଠାରୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି।

ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ୫ ମିନିଟ୍‌ ପାଇଁ ଲୁଣ ପାଣିରେ ଫୁଟାଇ ଖରାରେ ସମ୍ପୂର୍ଣ୍ଣ ଶୁଖାଇ ମାସ୍କ ତିଆରି କରିପାରିବେ। ଗାମୁଛା ଓ ଶାଢ଼ିକୁ ଦୁଇ ପରସ୍ତ କରି ମଧ୍ୟ ମୁହଁକୁ ଘୋଡ଼ାଇ ହେବ। ତେବେ ୨ ବର୍ଷରୁ କମ୍ ବୟସର ଶିଶୁ, ଶ୍ୱାସ ରୋଗୀ, ଅଚେତ ବ୍ୟକ୍ତି ଓ ବିଛଣାରେ ପଡ଼ିଥିବା ଅସହାୟଙ୍କୁ ମାସ୍କ ଲଗାଇବାକୁ ମନା କରାଯାଇଛି।

ଲୋକମାନେ ଘରୁ ବାହାରିଲେ ମାସ୍କ ଲଗାଇବେ ଓ ଘରକୁ ଫେରିବା ପରେ ଗରମପାଣି ବା ସାବୁନରେ ମାସ୍କକୁ ଭଲଭାବେ ସଫା କରି ଖରାରେ ଶୁଖାଇ ପୁଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି କୋଭିଡ୍ ୧୯ ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

Related story