ଚନ୍ଦ୍ରଭାଗା ଓ ତଳସାରୀ ପାଇଁ ମାଷ୍ଟରପ୍ଲାନ, ଅଲୋଡ଼ା ହେଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିରେ ଭିତ୍ତିଭୂମି ବିକାଶ କରି ଏହାକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଦୁଇଟି ବେଳାଭୂମିର ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଟ ମାଷ୍ଟରପ୍ଲାନର ସମୀକ୍ଷା କରିଥିଲେ। ମାତ୍ର ନିଜସ୍ୱ ବିଭାଗ ଓ ନିଜସ୍ୱ ଜିଲ୍ଲାର ଭିତ୍ତିଭୂମି ବିକାଶ ପ୍ରକଳ୍ପ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ହେଉଥିଲେ ମଧ୍ୟ ପର୍ଯ୍ୟଟନ […]

chandra-1

chandra-1

Tapas Behera
  • Published: Tuesday, 12 January 2021
  • Updated: 12 January 2021, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିରେ ଭିତ୍ତିଭୂମି ବିକାଶ କରି ଏହାକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଦୁଇଟି ବେଳାଭୂମିର ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଟ ମାଷ୍ଟରପ୍ଲାନର ସମୀକ୍ଷା କରିଥିଲେ। ମାତ୍ର ନିଜସ୍ୱ ବିଭାଗ ଓ ନିଜସ୍ୱ ଜିଲ୍ଲାର ଭିତ୍ତିଭୂମି ବିକାଶ ପ୍ରକଳ୍ପ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ହେଉଥିଲେ ମଧ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଏହି ବୈଠକକୁ ଡକାଯାଇନଥିବା ଜଣାପଡ଼ିଛି।

ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗାଠାରେ ୧କିଲୋମିଟର ବ୍ୟାପୀ ଅଂଚଳର ବିକାଶ କରାଯିବ। ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନରେ ଜଳକ୍ରୀଡ଼ା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍ , ସମୁଦ୍ର କୂଳେକୂଳେ କାଠର ଚଲାପଥ, ମୁକ୍ତ ରଙ୍ଗମଂଚ, ଛୋଟପିଲାଙ୍କ ଖେଳ ପାଇଁ ଅଂଚଳ, ସୂର୍ଯ୍ୟୋଦୟ ଦେଖିବା ପାଇଁ ମଂଚ, ଦୁଃସାହାସିକ କ୍ରୀଡ଼ା ଆଦି ଅତ୍ୟାଧୁନିକ ସୁବିଧା ସେହିସବୁ ସ୍ଥାନମାନଙ୍କରେ ଉପଲବ୍ଧ ହେବ। ଏତଦବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ଲ୍ୟାଣ୍ଡସ୍କେପିଂ, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ। ଏହି କାର୍ଯ୍ୟ ଏକବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଥିବାବେଳେ ପର୍ଯ୍ୟଟକମାନେ କେବଳ ଦିନ ସମୟରେ ହିଁ ଏସବୁ ଉପଭୋଗ କରିପାରିବେ।

ସେହିପରି ବାଲେଶ୍ୱର ତଳସାରୀର ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ, ସେଥିପାଇଁ ୨.୪କିମି ଅଂଚଳକୁ ବିକଶିତ କରାଯିବ। ଏଥିପାଇଁ ସେଠାରେ ତାରକା ହୋଟେଲ ଓ ବଜେଟ ହୋଲ ନିର୍ମାଣ କରିବା ପାଇଁ ଉତ୍ସାହିତ କରାଯିବ। ଏହି ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ମନଭରି ଉପଭୋଗ କରିପାରିବେ। ସେଥିପାଇଁ ରୁଚିପୂର୍ଣ୍ଣ ଭାବେ ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ, କିଓସ୍କ, ସିଟିଂ ଆଇସଲ୍ୟାଣ୍ଡ, ସୋଲାର ଫଟୋ ଭୋଲଟିଆକ୍ ପ୍ୟାନେଲ, ଆମ୍ଫି ଥିଏଟର୍ସ, ରେଷ୍ଟୁରାଣ୍ଟ ଆଦି ସୁବିଧା ପର୍ଯ୍ୟଟକମାନଙ୍କ ପାଇଁ କରାଯିବ। ଓଡ଼ିଶାର କଳାସଂସ୍କୃତି ସହ ପରିଚିତ କରିବା ପାଇଁ ଏକ ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ଲାଜା ମଧ୍ୟ ନିର୍ମାଣ କରାଯିବ। ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଓ ଲାଇଫ ଗାର୍ଡମାନଙ୍କୁ ମୁତୟନ କରାଯିବ। ଏସବୁ ଭିତ୍ତିଭୂମି କାର୍ଯ୍ୟ ଅକ୍ଟୋବର ୨୦୨୧ ସୁଦ୍ଧା ଲକ୍ଷ୍ୟ ରଖାଯାଇଛି।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିର ଭିତ୍ତିଭୂମି ବିକାଶ ନିମନ୍ତେ ମାଷ୍ଟରପ୍ଲାନ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ବୈଠକ ହୋଇଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହି ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ମୁଖ୍ୟ ସଚିବ,ଉନ୍ନୟନ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପର୍ଯ୍ୟଟନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ, ପୁରୀ ଓ ବାଲେଶ୍ୱର ଜିଲ୍ଲାପାଳ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story