ଲୋକନାଥ ମନ୍ଦିର ଓ ଅଲାରନାଥ ପୀଠର ମାଷ୍ଟରପ୍ଲାନକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ବିକାଶ ପାଇଁ ଉଦ୍ଦିଷ୍ଟ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଲୋକନାଥ ମନ୍ଦିର ପାଇଁ ୨୮କୋଟି ଟଙ୍କା ଓ ଅଲାରନାଥ ପୀଠରେ ୮କୋଟି ଟଙ୍କା ବ୍ୟୟ କରାଯାଇ ନୂଆ ରୂପ ଦିଆଯିବ। ଏହି ସମସ୍ତ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନରେ ମନ୍ଦିରର ଭିତର ଓ […]

Alarnath and lokanath temple

Alarnath and lokanath temple

Ordigital Desk
  • Published: Monday, 21 November 2022
  • Updated: 21 November 2022, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ବିକାଶ ପାଇଁ ଉଦ୍ଦିଷ୍ଟ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଲୋକନାଥ ମନ୍ଦିର ପାଇଁ ୨୮କୋଟି ଟଙ୍କା ଓ ଅଲାରନାଥ ପୀଠରେ ୮କୋଟି ଟଙ୍କା ବ୍ୟୟ କରାଯାଇ ନୂଆ ରୂପ ଦିଆଯିବ। ଏହି ସମସ୍ତ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନରେ ମନ୍ଦିରର ଭିତର ଓ ବାହାର ବେଢ଼ାର ଉନ୍ନତିକରଣ ସହ ସେବାୟତ ଓ ଭକ୍ତଙ୍କ ନିମନ୍ତେ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡ଼ି ପରିଚାଳନା ବ୍ୟବସ୍ଥା, ୪୦୦ମିଟରର ଆପ୍ରୋଚ ରୋଡର ଉନ୍ନତିକରଣ ଓ ପଶ୍ଚିମଦ୍ୱାରରେ ସେବାୟତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ମନ୍ଦିରକୁ ସଂଲଗ୍ନ କରୁଥିବା ୪ଟି ରାସ୍ତାର ଉନ୍ନତିକରଣ, ୨୬୭ମିଟର ସୁଉନ୍ନତ ପାଚେରୀ, ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼, ବଗିିଚାର ଉନ୍ନତିକରଣ, ପୁରୁଣା ମାର୍ବଲ ବଦଳରେ ଖଣ୍ଡଲାଇଟସ୍ ପଥର ଲଗାଯିବ ଓ ଭଙ୍ଗା ଯାଇଥିବା ଅଂଶର ମରାମତି , ମନ୍ଦିରର ପୁଷ୍କରଣୀ ପାର୍ବତୀସାଗରର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସଉଠା ସ୍ଥାନ ମଧ୍ୟ ରହିବ । ଏଥିପାଇଁ ୨୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯିବ ।

ସେହିପରି ଷୋଡ଼ଶ ଶତାବ୍ଦୀର ବ୍ରହ୍ମଗିରିର ଅଲାରନାଥ ମନ୍ଦିରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ଭିତରର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ସମଗ୍ର ଅଂଚଳକୁ ବିକଶିତ କରାଯାଇ ଆକର୍ଷଣୀୟ ପର୍ଯ୍ୟଟନ କରାଯିବ। ଏହାର ପ୍ରବେଶ ଦ୍ୱାରକୁ ୪୦ଫୁଟ ଚଉଡ଼ା ଓ ୧୮ଫୁଟ ଉଚ୍ଚ କରାଯିବ । ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା, ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ, ଡ୍ରେନ୍ ଆଦି ପାଇଁ ୮କୋଟି ଟଙ୍କା ବ୍ୟୟ କରାଯିବ ।
ଆଜିର ଏହି ସମୀକ୍ଷା ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଦୁଇ ମନ୍ଦିରର ସେବାୟତମାନେ ଉପସ୍ଥିତ ରହି ମନ୍ଦିର ଦର୍ଶନରେ ଆସିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଦର୍ଶନରେ ଯିବେ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story