ବୁର୍ଲା ଭିସୁଟ୍ ପାଇଁ ମାଷ୍ଟର ପ୍ଲାନକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୨ହଜାର କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ୟୁନିର୍ଭସିଟି ଅଫ ଟେକ୍ନୋଲୋଜି(ଭିସୁଟ)ର ନବକଳେବର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫ବର୍ଷରେ ୨ହଜାର କୋଟି ଟଙ୍କା ବ୍ୟୟ କରାଯିବ ଓ ୨୦୨୬ ମସିହା ସୁଦ୍ଧା ଏଠାରେ ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ । ଏହାସହିତ ଏଠାରେ ୨୭ଟି ସେଂଟର ଅଫ ଏକ୍ସଲେନ୍ସ ଗଠନ କରାଯିବ । ଆଜି ଏ ସଂକ୍ରାନ୍ତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସୂଚନା […]

vssut

Ordigital Desk
  • Published: Saturday, 17 September 2022
  • , Updated: 17 September 2022, 09:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ୟୁନିର୍ଭସିଟି ଅଫ ଟେକ୍ନୋଲୋଜି(ଭିସୁଟ)ର ନବକଳେବର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫ବର୍ଷରେ ୨ହଜାର କୋଟି ଟଙ୍କା ବ୍ୟୟ କରାଯିବ ଓ ୨୦୨୬ ମସିହା ସୁଦ୍ଧା ଏଠାରେ ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ । ଏହାସହିତ ଏଠାରେ ୨୭ଟି ସେଂଟର ଅଫ ଏକ୍ସଲେନ୍ସ ଗଠନ କରାଯିବ । ଆଜି ଏ ସଂକ୍ରାନ୍ତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ସୂଚନା ଅନୁସାରେ, ଏହି ମାଷ୍ଟରପ୍ଲାନ ଅନୁସାରେ ୨୦୩୦ ମସିହା ସୁଦ୍ଧା ଭିସୁଟକୁ ଏକ ମଲଟି ଡିସିପ୍ଲିନାରୀ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିର୍ଭସିଟି ଭାବେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନଆଇଟି ପରି ସଂସ୍ଥାମାନଙ୍କ ସହ ସମକକ୍ଷ ହେବ । ଏଥିରେ ସ୍କୁଲ ଅଫ ଇଞ୍ଜିନିୟରିଂ, ସ୍କିଲ ଡେଭଲପମେଂଟ ସେଂଟର, ସ୍କୁଲ ଓ ମେଡିକାଲ ଟେକ୍ନୋଲୋଜି ଓ ସ୍କୁଲ ଅଫ ବେସିକ୍ ସାଇନ୍ସ ପରି ୭ଟି ସ୍କୁଲ ରହିବ । ଏହି ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ ।

ମାଷ୍ଟରପ୍ଲାନ ଅନୁସାରେ ଏହି ଅନୁଷ୍ଠାନରେ ୧୦୮୬୪ଜଣ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ । ଏବେ ୨୮୯୪ଜଣ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢ଼ୁଛନ୍ତି । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବ୍ରୋଟୋରୀ, ପ୍ରଫେସରଙ୍କ ପାଇଁ ଚାମ୍ବର ଓ ଗ୍ୟାଲେରୀ ରହିବ । ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନମାନଙ୍କର ସହଭାଗିତା କରାଯିବ ଓ ଏଥିରେ ଅତିକମରେ ଜଣେ ପୂର୍ବତନ ଛାତ୍ର ମେଂଟର ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଏହାସହିତ ଆସନ୍ତା ୩ମାସ ମଧ୍ୟରେ ଭିସୁଟରେ ସମସ୍ତ ସ୍ମାର୍ଟ କ୍ଲାସରୁମ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଓ ଅନୁଷ୍ଠାନକୁ ୨୪ଘଂଟିଆ ବିଦ୍ୟୁତ ଯୋଗାଣ ସୁବିଧା ମଧ୍ୟ କରାଯିବ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସରମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related story