ଭୁବନେଶ୍ୱର: ଭୁବନେଶ୍ୱର ଅର୍ବାନ୍ ପୋଲିସ ଜିଲ୍ଲାରେ ଥିବା ଆଶ୍ରମଗୁଡିକର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାପଡା ବାରିମୂଳ ସାରଥି ଆଶ୍ରମ ଓ ଝିଇଁଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିର ଯେଭଳି ପୁନରାବୃତ୍ତି ନ ଘଟିବ ସେଥିଲାଗି ଯୋଜନା ପ୍ରସ୍ତୁତ କରିବାକୁ ଥାନାଧିକାରୀଙ୍କୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି। କେଉଁ ଅଞ୍ଚଳରେ କେଉଁ ବାବା କେଉଁ ଆଶ୍ରମ କରିଛନ୍ତି, ସେଠାକୁ କେଉଁମାନେ ଯା'ଆସ କରୁଛନ୍ତି, ସେଠାରେ କ’ଣ କାର୍ଯ୍ୟ ଚାଲିଛି, ଏ ସମସ୍ତ ଦିଗ ଉପରେ ନଜର ରଖିବାକୁ ଥାନାଗୁଡିକୁ କୁହାଯାଇଛି।