କେବେ ପ୍ରକାଶ ପାଇବ ମ୍ୟାଟ୍ରିକ ଓ +୨ ପରୀକ୍ଷା ସୂଚୀ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଏସ୍‌ଇ ଢାଞ୍ଚାରେ ପ୍ରସ୍ତୁତ ହେଲା ସିଲାବସ୍‌। ପାଠପଢା ମଧ୍ୟ ସିବିଏସ୍ଇ ଢାଞ୍ଚାରେ ହେଲା। ଏହା ଭିତରରେ ସିବିଏସ୍‌ ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଲାଗି ତାରିଖ ଘୋଷଣା କରିସାରିଛି। ଆଇସିଏସ୍ଇ ବୋର୍ଡର ବି ତାରିଖ ପ୍ରକାଶ ପାଇସାରିଛି। ମାତ୍ର ପ୍ରତିବର୍ଷ ଭଳି ଏବର୍ଷ ନା ମ୍ୟାଟ୍ରିକ୍ ନା ଯୁକ୍ତ ଦୁଇ କାହାରି ବି ପରୀକ୍ଷା କାର୍ଯ୍ୟସୂଚୀ ଏଯାଏ ଘୋଷଣା କରାଯାଇନାହିଁ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ। ସାଧାରଣତଃ ପ୍ରତିବର୍ଷ ଫେବୃୟାରୀ ଶେଷ ସପ୍ତାହରେ […]

Matric

Manoranjan Sial
  • Published: Saturday, 21 December 2019
  • , Updated: 21 December 2019, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିବିଏସ୍‌ଇ ଢାଞ୍ଚାରେ ପ୍ରସ୍ତୁତ ହେଲା ସିଲାବସ୍‌। ପାଠପଢା ମଧ୍ୟ ସିବିଏସ୍ଇ ଢାଞ୍ଚାରେ ହେଲା। ଏହା ଭିତରରେ ସିବିଏସ୍‌ ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଲାଗି ତାରିଖ ଘୋଷଣା କରିସାରିଛି। ଆଇସିଏସ୍ଇ ବୋର୍ଡର ବି ତାରିଖ ପ୍ରକାଶ ପାଇସାରିଛି। ମାତ୍ର ପ୍ରତିବର୍ଷ ଭଳି ଏବର୍ଷ ନା ମ୍ୟାଟ୍ରିକ୍ ନା ଯୁକ୍ତ ଦୁଇ କାହାରି ବି ପରୀକ୍ଷା କାର୍ଯ୍ୟସୂଚୀ ଏଯାଏ ଘୋଷଣା କରାଯାଇନାହିଁ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ।

ସାଧାରଣତଃ ପ୍ରତିବର୍ଷ ଫେବୃୟାରୀ ଶେଷ ସପ୍ତାହରେ ମ୍ୟାଟ୍ରିକ ଓ ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଖାମଖିଆଲି ନୀତି ଲାଗି ଛାତ୍ରଛାତ୍ରୀମାନେ ଜେଇଇ, ନିଟ୍ ଭଳି ଜାତୀୟସ୍ତରର ପରୀକ୍ଷା ଲାଗି ଅଧିକ ସମୟ ପାଇପାରିନଥାନ୍ତି। ତେବେ ଶେଷ ମୁହୂର୍ତ୍ତରେ ତାରିଖ ଘୋଷଣା ପରୀକ୍ଷା ପରିଚାଳନା ଉପରେ ପ୍ରଶ୍ନବାଚୀ ଲଗାଇଛି। କେଉଁ ବିଷୟ ଲାଗି କେତେ ସମୟ ହାତରେ ଅଛି, ତାହା ଜାଣିପାରୁନଥିବାରୁ ଛାତ୍ରଛାତ୍ରୀ ଶଙ୍କାରେ ରହିଛନ୍ତି।

ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ତାରିଖ ଘୋଷଣା କରିବା ପରିବର୍ତ୍ତେ ଫର୍ମ ପୂରଣ ଅବଧି ୪ ଥର ବୃଦ୍ଧି କରିଛି। ଏହାପଛର କାରଣ ବି ଅସ୍ପଷ୍ଟ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜାନୁୟାରୀ ପ୍ରଥମ ସପ୍ତାହରେ ହେଉଥିବା ପ୍ରାକ୍ଟିକାଲ୍‌ ପରୀକ୍ଷା ଶେଷ ସପ୍ତାହକୁ ଘୁଞ୍ଚିପାରେ। ପ୍ରତିବର୍ଷ ଏଭଳି ବିଳମ୍ବ ଲାଗି ସରକାରୀ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଶିକ୍ଷାବିତ। ଅପରପକ୍ଷେ ଆସନ୍ତା ସପ୍ତାହରେ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା ବିଳମ୍ବ ନେଇ ଦୁଇ ପରିଷଦ ସହ ବୈଠକ କରାଯାଇ ଆସନ୍ତା ସପ୍ତାହରେ ହିଁ ଉଭୟ ପରୀକ୍ଷାର ତାରିଖ ଘୋଷଣା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଗତ ବର୍ଷ ୧୧ ଶହ ୯୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ଆଉ ମ୍ୟାଟ୍ରିକରେ ପ୍ରାୟ ୬ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ପରିଚାଳନା କରିବାରେ ସବୁ ପଦକ୍ଷେପ ନିଆଯାଉଥିବା ବେଳେ ପରୀକ୍ଷା ତାରିଖ ଘୋଷଣାରେ ବିଳମ୍ବ ବ୍ୟବସ୍ଥାଗତ ତ୍ରୁଟିକୁ ପଦାରେ ପକାଇଛି।

Related story