ଭଦ୍ରକ: ମାଟ୍ରିକ ପରୀକ୍ଷା ଦେଉଥିବା ନକଲି ପରୀକ୍ଷାର୍ଥୀକୁ ଧରିଲା ସ୍କ୍ୱାର୍ଡ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବୁଧବାର ଇଂରାଜୀ ବିଷୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି। ତାଙ୍କ ନାଁ ପ୍ରତିମା ନାୟକ। ସେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ। ସେ ପିଙ୍କିଲତା ନାୟକ ନାମକ ଜଣେ ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଉଥିଲେ। ବାସୁଦେବପୁର ବ୍ଲକ ଭେଡା ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟରେ କିଛି ନକଲି ପାରକ୍ଷାର୍ଥୀ ପରୀକ୍ଷା ଦେଉଥିବା ଖବର ପାଇ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉବେଳେ ଜଣେ ପରୀକ୍ଷାର୍ଥୀ ଧରାପଡିଥିବା […]

matric-student

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 04:24 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବୁଧବାର ଇଂରାଜୀ ବିଷୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି। ତାଙ୍କ ନାଁ ପ୍ରତିମା ନାୟକ। ସେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ। ସେ ପିଙ୍କିଲତା ନାୟକ ନାମକ ଜଣେ ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଉଥିଲେ।

ବାସୁଦେବପୁର ବ୍ଲକ ଭେଡା ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟରେ କିଛି ନକଲି ପାରକ୍ଷାର୍ଥୀ ପରୀକ୍ଷା ଦେଉଥିବା ଖବର ପାଇ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉବେଳେ ଜଣେ ପରୀକ୍ଷାର୍ଥୀ ଧରାପଡିଥିବା ବେଳେ ଆଉ କିଛି ନକଲି ପରୀକ୍ଷାର୍ଥୀ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ ଗିରି କହିଛନ୍ତି, “ଘଟଣାର ତଦନ୍ତ କରାଯାଉଛି। ଶୀଘ୍ର ଘଟଣାର ସବିଶେଷ ତଥ୍ୟ ଜଣାପଡିଯିବ।”

ଅନ୍ୟପକ୍ଷରେ ଆଜି ଦ୍ୱିତୀୟଦିନ ଇଂରାଜି ପରୀକ୍ଷାରେ କପି କରି ୨୫୪ ଜଣ ଛାତ୍ରଛାତ୍ରୀ ସ୍କ୍ୱାର୍ଡ ହାତରେ ଧରାପଡିଛନ୍ତି। ପ୍ରଥମଦିନ ମାତୃଭାଷା ପରୀକ୍ଷାରେ ୨୫୧ଜଣ ଛାତ୍ରଛାତ୍ରୀ ଧରାପଡିଥିଲେ।

Related story