ଆସନ୍ତାକାଲି ବାହାରିବ ମ୍ୟାଟ୍ରିକ୍‌ ରେଜଲ୍‌ଟ, ୱେବସାଇଟ୍‌ରେ ଦେଖିହେବ ପରୀକ୍ଷାଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭିତରେ ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ରେଜଲ୍ଟ। ସକାଳ ୯ଟାରେ ଭିଡିଓ କନ୍‌ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ବୋର୍ଡର ୱେବସାଇଟ୍ www. bseodisha.ac.in ଓ www.bseodisha.nic.in ‌ରେ ଦେଖିପାରିବେ। 5676750 ନମ୍ବରରେ ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ ମିଳିିବ। ଚଳିତବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର […]

matric,,

Manoranjan Sial
  • Published: Tuesday, 28 July 2020
  • , Updated: 28 July 2020, 07:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଭିତରେ ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ରେଜଲ୍ଟ। ସକାଳ ୯ଟାରେ ଭିଡିଓ କନ୍‌ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ବୋର୍ଡର ୱେବସାଇଟ୍ www. bseodisha.ac.in ଓ www.bseodisha.nic.in ‌ରେ ଦେଖିପାରିବେ। 5676750 ନମ୍ବରରେ ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ ମିଳିିବ।

ଚଳିତବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୬୦ଟି କେନ୍ଦ୍ରରେ ହୋଇଥିଲା ମୂଲ୍ୟାଙ୍କନ। ଗତ ଫେବୃଆରୀ ୧୯ରୁ ମାର୍ଚ୍ଚ ୨ତାରିଖ ଯାଏ ପରୀକ୍ଷା ହୋଇଥିଲା। କରୋନା ମୁକାବିଲା ପାଇଁ ଦିଆଯାଇଥିବା ଲକଡାଉନ୍‌ ଓ ବାତ୍ୟା ଅମ୍ପାନ ଯୋଗୁଁ ଖାତା ଦେଖାରେ ସମସ୍ୟା ଉପୁଜିଥିଲା। ଶେଷରେ ମେ ୨୬ରୁ ଆରମ୍ଭ ହୋଇଥିଲା ଖାତା ମୂଲ୍ୟାୟନ।

Related story