ମାଟ୍ରିକ ପରୀକ୍ଷା ଫର୍ମ ଫିଲପ ସମୟ ଶେଷ ତାରିଖ ନଭେମ୍ବର ୫ରୁ ୧୨କୁ ଘୁଞ୍ଚିଲା

କଟକ: ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରଥମ କରି ଆରମ୍ଭ ହୋଇଥିବା ଅନଲାଇନ ଫର୍ମ ଫିଲପ ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହୋଇଥିବା ଫର୍ମ ଫିଲପ ନଭେମ୍ୱର ୫ ତାରିଖ ମଧ୍ୟରାତିରେ ସରିବାର ଥିଲା । ତେବେ ଏହାକୁ ନଭେମ୍ବର ୧୨ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। କେତେକ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ଓ ସର୍ଭର ଡାଉନ ଭଳି କାରଣରୁ ଅନଲାଇନ ଫର୍ମ ଫିଲପ ପ୍ରକ୍ରିୟାରେ ବାଧା […]

borad

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 04:04 PM IST

କଟକ: ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରଥମ କରି ଆରମ୍ଭ ହୋଇଥିବା ଅନଲାଇନ ଫର୍ମ ଫିଲପ ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହୋଇଥିବା ଫର୍ମ ଫିଲପ ନଭେମ୍ୱର ୫ ତାରିଖ ମଧ୍ୟରାତିରେ ସରିବାର ଥିଲା । ତେବେ ଏହାକୁ ନଭେମ୍ବର ୧୨ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

କେତେକ ସ୍ଥାନରେ ବିଦ୍ୟୁତ ବିଭ୍ରାଟ ଓ ସର୍ଭର ଡାଉନ ଭଳି କାରଣରୁ ଅନଲାଇନ ଫର୍ମ ଫିଲପ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଫର୍ମ ଫଇଲପର ଶେଷ ତାରିଖକୁ ବଢାଇ ଦିଆଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ସେହିପରି ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ (ଡିଏଲଇଡି) ଓ ପତ୍ର ବିନିମୟ କୋର୍ସର ପରୀକ୍ଷାର୍ଥୀମାନେ ମଧ୍ୟ ଏହି ସୁବିଧାର ପାଇ ପାରିବେ ବୋଲି ବୋର୍ଡ ସମ୍ପାଦକ ସିଦ୍ଧାର୍ଥ ଧଳ କହିଛନ୍ତି।

Related story