‘ମାଟ୍ରିକ ଓ ଯୁକ୍ତଦୁଇ ପ୍ରଶ୍ନପତ୍ର ପୋଲିସ୍‌ ସୁରକ୍ଷାରେ ସେଣ୍ଟରକୁ ଯିବ’

ଭୁବନେଶ୍ୱର: ଚଳିତ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷା ସୁପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ପହଞ୍ଚାଇବା ନେଇ ଏଥିରେ ଆଲୋଚନା ହୋଇଥିଲା। ବୈଠକ ପରେ ଦେବୀ ମିଶ୍ର କହିଥିଲେ,“ପ୍ରଶ୍ନପତ୍ର ରଖିବା ଜାଗାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା କେନ୍ଦ୍ରକୁ ପୋଲିସ ସୁରକ୍ଷାରେ ପ୍ରଶ୍ନପତ୍ର ପହଞ୍ଚାଯିବ।” ସେ କହିଛନ୍ତି,“ପରୀକ୍ଷା ପରିଚାଳନା ନେଇ […]

matric

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 06:34 PM IST

ଭୁବନେଶ୍ୱର: ଚଳିତ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷା ସୁପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ପହଞ୍ଚାଇବା ନେଇ ଏଥିରେ ଆଲୋଚନା ହୋଇଥିଲା। ବୈଠକ ପରେ ଦେବୀ ମିଶ୍ର କହିଥିଲେ,“ପ୍ରଶ୍ନପତ୍ର ରଖିବା ଜାଗାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା କେନ୍ଦ୍ରକୁ ପୋଲିସ ସୁରକ୍ଷାରେ ପ୍ରଶ୍ନପତ୍ର ପହଞ୍ଚାଯିବ।”

ସେ କହିଛନ୍ତି,“ପରୀକ୍ଷା ପରିଚାଳନା ନେଇ ସମସ୍ତ ବ୍ୟବସ୍ଥା ସରିଛି। ପ୍ରଶ୍ନପତ୍ର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଆସନ୍ତା ୨୮ ତାରିଖରୁ ମାଟ୍ରିକ ଓ ମାର୍ଚ୍ଚ ୬ ତାରିଖରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। ଚଳିତବର୍ଷ ୬ ଲକ୍ଷ ୫ ହଜାର ପିଲା ମାଟ୍ରିକ ପରୀକ୍ଷା ଦେବେ। ସେହିପରି ୩ ଲକ୍ଷ ୮୦ ହଜାର ୭୦୭ ଜଣ ପିଲା ଯୁକ୍ତଦୁଇ ପରୀକ୍ଷା ଦେବେ।

ବୈଠକରେ ଉନ୍ନୟନ କମିଶନ, ବିଭାଗୀୟ ସଚିବ ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ପରୀକ୍ଷା ସୁପରିଚାଳନା ନେଇ ଆଲୋଚନା କରିଥିଲେ।

Related story