ମାଟ୍ରିକ୍‌ ରେଜଲ୍ଟ: ବାଲେଶ୍ୱର ଓ ଦେବଗଡ଼ ୧ନଂ, ତଳେ ରହିଗଲେ ମୟୂରଭଞ୍ଜ ଓ ମାଲକାନଗିରି

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଏଥିରେ ମୋଟ୍ ପାସ୍ ହାର ୮୫.୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ବାଲେଶ୍ୱର ଓ ଦେବଗଡ଼ରେ ହୋଇଛି ଭଲ ଫଳାଫଳ। ସେହିପରି ଖରାପ ରେଜଲ୍ଟ ହୋଇଛି ମୟୂରଭଞ୍ଜ ଓ ମାଲକାନଗିରିରେ। ୨୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବର୍ଗରେ ପାସ୍‌ ହାରରେ ବାଲେଶ୍ୱର ଜିଲ୍ଲା ଆଗରେ ରହିଛି। ଏହି ବର୍ଗରେ ସବୁଠୁ କମ୍ ପାସ୍ ହାର ରହିଛି ମୟୂରଭଞ୍ଜ ଜିଲ୍ଲାରେ। ସେହିପରି ୨୦ ହଜାରରୁ […]

matric26

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 06:44 PM IST

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଏଥିରେ ମୋଟ୍ ପାସ୍ ହାର ୮୫.୨୮ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ବାଲେଶ୍ୱର ଓ ଦେବଗଡ଼ରେ ହୋଇଛି ଭଲ ଫଳାଫଳ। ସେହିପରି ଖରାପ ରେଜଲ୍ଟ ହୋଇଛି ମୟୂରଭଞ୍ଜ ଓ ମାଲକାନଗିରିରେ।

୨୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବର୍ଗରେ ପାସ୍‌ ହାରରେ ବାଲେଶ୍ୱର ଜିଲ୍ଲା ଆଗରେ ରହିଛି। ଏହି ବର୍ଗରେ ସବୁଠୁ କମ୍ ପାସ୍ ହାର ରହିଛି ମୟୂରଭଞ୍ଜ ଜିଲ୍ଲାରେ।

ସେହିପରି ୨୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ବର୍ଗରେ ପାସ୍‌ ହାରରେ ଦେବଗଡ଼ ଜିଲ୍ଲା ସର୍ବାଗ୍ରେ ରହିଛି। ଏହି ବର୍ଗରେ ସବୁଠୁ କମ୍ ପାସ୍ ହାର ରହିଛି ମାଲକାନଗିରି ଜିଲ୍ଲାରେ।

Related story