ବାହାରିଲା ମାଟ୍ରିକ୍ ରେଜଲ୍ଟ; କଂଟ୍ରୋଲ୍ ରୁମ୍‌କୁ କରିପାରିବେ କଲ୍‌

କଟକ: ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଫଳଫଳ ଘୋଷଣା କରାଗଲା ପରେ କଟକ ସ୍ଥିତି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଏହା ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିବା ପାଇଁ ବୋର୍ଡ ପକ୍ଷରୁ ଦୁଇଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଦୁଇଟି ହେଉଛି: ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦। ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକ ପରୀକ୍ଷାଫଳ ସଂପର୍କିତ […]

matric

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 01:20 PM IST

କଟକ: ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଫଳଫଳ ଘୋଷଣା କରାଗଲା ପରେ କଟକ ସ୍ଥିତି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଏହା ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିବା ପାଇଁ ବୋର୍ଡ ପକ୍ଷରୁ ଦୁଇଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଦୁଇଟି ହେଉଛି: ୦୬୭୧-୨୪୧୨୦୫୯ ଓ ୦୬୭୧-୨୪୧୨୦୬୦। ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକ ପରୀକ୍ଷାଫଳ ସଂପର୍କିତ କୌଣସି ତଥ୍ୟ ଜାଣିବାକୁ ଚାହୁଁଥିଲେ ଏହି ନମ୍ବରରେ ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ବୋର୍ଡର ଜଣେ ଅଧିକାରୀ କହିଛନ୍ତି,“ଆମ ପାଖକୁ ଫୋନ୍ କଲ୍ ଆସିବା ଆରମ୍ଭ କରିଛି। ବିଶେଷ କରି ଅନେକ ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ବିଷୟରେ ସେମାନଙ୍କ ନମ୍ବର ସଂପର୍କରେ ପଚାରୁଛନ୍ତି। ଅନେକ ଖାତା ରିଚେକିଂର ପ୍ରକ୍ରିୟା ବିଷୟରେ ପଚାରୁଛନ୍ତି। ଯେହେତୁ ରିଚେକିଂର ତାରିଖ ଧାର୍ଯ୍ୟ ହୋଇନାହିଁ, ତେଣୁ ପରେ ପୁଣି ଫୋନ୍ କରିବାକୁ ସେମାନଙ୍କୁ କୁହାଯାଉଛି।”

ବୋର୍ଡ ପକ୍ଷରୁ କୁହାଯାଇଛି ନିୟନ୍ତ୍ରଣ କକ୍ଷରେ ୧୦ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ବିଶେଷଜ୍ଞଙ୍କ ସହିତ ମନସ୍ତତ୍ୱବିତ୍ ମଧ୍ୟ ଅଛନ୍ତି।

ଯଦି କୌଣସି ଛାତ୍ରଛାତ୍ରୀ ଭାବୁଛନ୍ତି ଯେ ନିର୍ଦ୍ଦିଷ୍ଟ ବିଷୟରେ ସେମାନଙ୍କର ନମ୍ବର କମି ଯାଇଛି ସେମାନେ ରି-ଆଡିସନ୍ ଅବା ରିଚେକିଂ ପାଇଁ ଆବେଦନ କରିପାରିବେ।

Related story