ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାଟ୍ରିକ ପରୀକ୍ଷା ଫି ଛାଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଫି ଛାଡ଼ ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ। ଫି ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର। ମାଟ୍ରିକ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି ପଡ଼ିଥାଏ।
କରୋନା ମହାମାରୀ ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି ।
ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି। କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।