ରେଜଲ୍ଟ ଖରାପ ହେବାରୁ ବିଷ ପିଇଦେଲେ

ଯାଜପୁର (ଓଡ଼ିଶା ରିପୋର୍ଟର): ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଖରାପ ରେଜଲ୍ଟ ହୋଇଥିବାରୁ ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଘଟିଛି। ବରୀ ରତଳାଙ୍ଗ ରତ୍ନେଶ୍ୱର ବିଦ୍ୟାପୀଠର ଛାତ୍ର ପଦ୍ମଲୋଚନ ମଲ୍ଲିକ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଭଲ ମଧ୍ୟ କରିଥିଲେ। ମାତ୍ର ଆଜି ପ୍ରକାଶ ପାଇଥିବା ପରୀକ୍ଷାଫଳରେ ସେ ୨୬୩ ନମ୍ୱର ରଖିଥିଲେ। ଏହା ଜାଣିବା […]

matric student suicide in jajpur

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 07:27 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଖରାପ ରେଜଲ୍ଟ ହୋଇଥିବାରୁ ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଘଟିଛି।

ବରୀ ରତଳାଙ୍ଗ ରତ୍ନେଶ୍ୱର ବିଦ୍ୟାପୀଠର ଛାତ୍ର ପଦ୍ମଲୋଚନ ମଲ୍ଲିକ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଭଲ ମଧ୍ୟ କରିଥିଲେ। ମାତ୍ର ଆଜି ପ୍ରକାଶ ପାଇଥିବା ପରୀକ୍ଷାଫଳରେ ସେ ୨୬୩ ନମ୍ୱର ରଖିଥିଲେ। ଏହା ଜାଣିବା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଘରେ ଥିବା କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଲିପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଯାଜପୁର ଟାଉନ ସଦର ମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story