ଫେବ୍ରୁଆରୀ ୨୨ରେ ମ୍ୟାଟ୍ରିକ୍‌ ପରୀକ୍ଷା

କଟକ(ଓଡ଼ିଶା ରିପୋର୍ଟର): ୨୦୧୯ ମ୍ୟାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମଧ୍ୟମା ପରୀକ୍ଷା ୨୨ରୁ ଆରମ୍ଭ ହୋଇ ୨ ତାରିଖ ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ସରିବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ୍‌ ଆରା ବେଗମ୍‌। ଫେବ୍ରୁଆରୀ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ ସାହିତ୍ୟ, ୨୫ରେ ଇଂରାଜୀ, ୨୭ ତାରିଖରେ ହିନ୍ଦୀ ଓ […]

matric-exam

matric-exam

Manoranjan Sial
  • Published: Friday, 14 December 2018
  • Updated: 14 December 2018, 06:05 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ୨୦୧୯ ମ୍ୟାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ମଧ୍ୟମା ପରୀକ୍ଷା ୨୨ରୁ ଆରମ୍ଭ ହୋଇ ୨ ତାରିଖ ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ସରିବ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ୍‌ ଆରା ବେଗମ୍‌।


ଫେବ୍ରୁଆରୀ ୨୨ ତାରିଖରେ ପ୍ରଥମ ଭାଷା ଓଡ଼ିଆ ସାହିତ୍ୟ
, ୨୫ରେ ଇଂରାଜୀ, ୨୭ ତାରିଖରେ ହିନ୍ଦୀ ଓ ୨୮ରେ ସଂସ୍କୃତ ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୨ରେ ଗଣିତ, ୬ ତାରିଖରେ ସାଧାରଣ ବିଜ୍ଞାନ, ୮ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

 

ହାଇସ୍କୁଲ ପରୀକ୍ଷା ସକାଳ ୯ ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ। କିନ୍ତୁ ଗଣିତ ପରୀକ୍ଷା ୧୧.୪୫ରେ ସରିବ। କାରଣ ଗଣିତରେ ଓଏମ୍‌ଆର୍‌ରେ ଅଧିକ ୧୫ ମିନିଟ୍‌ ଦିଆଯାଇଛି। ଆସନ୍ତାବର୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଓଏମ୍‌ଆର୍‌ର ୪ଟି ଅବଜେକ୍ଟିଭ୍‌ ସେଟ୍‌ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ସେହିପରି ସବ୍‌ଜେକ୍ଟିଭ୍‌ରେ ୪ଟି ସେଟ୍‌ ପ୍ରଶ୍ନପତ୍ର କରାଯାଇଛି। ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ। ପରୀକ୍ଷା ୧.୩୦ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ତେବେ ପେଣ୍ଟିଂ ପରୀକ୍ଷା ୪.୩୦ ପର୍ଯ୍ୟନ୍ତ ହେବ। ମଧ୍ୟମା ପରୀକ୍ଷା କେବଳ ନୋଡାଲ ସେଣ୍ଟରରେ ହେବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos