ସରକାରଙ୍କୁ ୪୮ ଘଣ୍ଟାର ମହଲତ୍‌ ଦେଲା ବିଜେପି

ସାଲେପୁର (ମନୋଜ ଆଚାର୍ଯ୍ୟ): ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ଅଲ୍‌ଟିମେଟ୍‌ମ ଦେଲା ବିଜେପି। ଏହି ସମୟ ଭିତରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାକାରୀଙ୍କୁ ଗିରଫ ଓ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାନଗଲେ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଏମିତିକି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛନ୍ତି। ଏନେଇ ବିଜେପି ସାଧାରଣ […]

kulamani-murder.jpg1

kulamani-murder.jpg1

Ordigital Desk
  • Published: Monday, 04 January 2021
  • Updated: 04 January 2021, 07:51 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ଅଲ୍‌ଟିମେଟ୍‌ମ ଦେଲା ବିଜେପି। ଏହି ସମୟ ଭିତରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାକାରୀଙ୍କୁ ଗିରଫ ଓ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାନଗଲେ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଏମିତିକି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛନ୍ତି। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ହୋଇଛି ଏହି ହତ୍ୟାକାଣ୍ଡ। ପୂର୍ବରୁ କଂଗ୍ରେସ ଯାହା କରୁଥିଲା, ଏବେ ବିଜେଡି କରୁଛି ବୋଲି ଶ୍ରୀ ହରିଚନ୍ଦନ।

ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ୍‌ କରି ଲେଖିଛନ୍ତି, ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ କୁଳମଣିଙ୍କୁ ହତ୍ୟା କରାଯାଇଛି। ମନ୍ତ୍ରୀଙ୍କ ନାଁ ଏତଲାରେ ଅଛି। ଓଡ଼ିଶା, ଏବେ ବଙ୍ଗଳା ରାସ୍ତାରେ ଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।

ସେପଟେ ଘଟଣା ପାଇଁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି, ନିର୍ବାଚନ ଜିତିବା ସକାଶେ ଶାସକ ଦଳ ହତ୍ୟାକାଣ୍ଡ ଭିଆଉଛି। ଏହି ସରକାର ଅମଳରେ ରାଜ୍ୟରେ ୧୭ଟି ରାଜନୈତିକ ହତ୍ୟା ଓ ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ପିଏମ୍‌ ଆବାସ ଯୋଜନା ଦୁର୍ନୀତିକୁ ନେଇ ମାହାଙ୍ଗାରେ ଏହି ହତ୍ୟାକାଣ୍ଡ ଘଟିଛି। ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରିବି ବୋଲି ଅପରାଜିତା କହିଛନ୍ତି।

ଅନ୍ୟପକ୍ଷରେ ଆଜି ଅଭିଯୁକ୍ତଙ୍କ ଗିରଫ ଦାବିରେ ମାହାଙ୍ଗା, ଆଳି, କେନ୍ଦ୍ରାପଡ଼ା, ଟାଙ୍ଗି ଓ ରଘୁନାଥପୁରରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ଏପରିକି ଆଇନ୍‌ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସେପଟେ ଡବଲ ମର୍ଡର ଏତଲାରେ ନାଁ ଆସିବା ପରେ ବିବାଦକୁ ଆସିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା। ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୋ’ ନାଁରେ ଏତଲା ହୋଇଛି, ତଦନ୍ତରୁ ସତ ଜଣାପଡ଼ିବ। ଘଟଣାକୁ ବିଜେପି ରାଜନୈତିକ ରୂପ ଦେବାକୁ ଚାହୁଁଛି ବୋଲି ପ୍ରତାପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story