ଓଟିପି ଦେଇନାହାନ୍ତି କି କ୍ଲିକ୍‌ କରିନାହାନ୍ତି, ଆକାଉଣ୍ଟରୁ ଉଠିଲା ଟଙ୍କା

ନବରଙ୍ଗପୁର (ନବଘନ ବିଷୋୟୀ): କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ୍‌ କରିନାହାନ୍ତି। ତଥାପି ଆକାଉଣ୍ଟରୁ ଉଠିଲା ଟଙ୍କା। ହଜାରେ କି ଦୁଇ ହଜାର ନୁହେଁ, ଲକ୍ଷେରୁ ଅଧିକ ଟଙ୍କା ଏଟିଏମ୍‌ରୁ ଉଠିଛି। ଏହି ସବୁ ଟଙ୍କା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରରେ ଏକ ଏଟିଏମ୍‌ରୁ ଉଠିଥିବା ଜଣାପଡ଼ିଛି। ପୂରା ଘଟଣାଟି ଏମିତି। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଗାଁର ଅର୍ଜୁନ ନାୟକ। ସେ ହେଉଛନ୍ତି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅବସରପ୍ରାପ୍ତ କର୍ମଚାରୀ। ଚାକିରିରୁ […]

bank

bank

Manoranjan Sial
  • Published: Sunday, 21 February 2021
  • Updated: 21 February 2021, 01:41 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): କାହାକୁ ଓଟିପି ଦେଇନାହାନ୍ତି କି କୌଣସି ଲିଙ୍କରେ କ୍ଲିକ୍‌ କରିନାହାନ୍ତି। ତଥାପି ଆକାଉଣ୍ଟରୁ ଉଠିଲା ଟଙ୍କା। ହଜାରେ କି ଦୁଇ ହଜାର ନୁହେଁ, ଲକ୍ଷେରୁ ଅଧିକ ଟଙ୍କା ଏଟିଏମ୍‌ରୁ ଉଠିଛି। ଏହି ସବୁ ଟଙ୍କା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରରେ ଏକ ଏଟିଏମ୍‌ରୁ ଉଠିଥିବା ଜଣାପଡ଼ିଛି।

ପୂରା ଘଟଣାଟି ଏମିତି। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଗାଁର ଅର୍ଜୁନ ନାୟକ। ସେ ହେଉଛନ୍ତି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅବସରପ୍ରାପ୍ତ କର୍ମଚାରୀ। ଚାକିରିରୁ ଅବସର ବେଳେ ତାଙ୍କୁ ୫ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ସେହି ଟଙ୍କାକୁ ସେ ଇନ୍ଦ୍ରାବତୀ ଷ୍ଟେଟ୍‌ ବ୍ୟାଙ୍କରେ ଜମା ରଖିଥିଲେ।

ଚାକିରିରୁ ଅବସର ପରେ ଅର୍ଜୁନ ନାୟକ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ଗତ ୧୪ ତାରିଖରେ ସେ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ସେ ୩ଟି ପର୍ଯ୍ୟାୟରେ ଯଥା-୯୦୦୦, ୬୦୦୦ ଓ ୧୬ ତାରିଖରେ ୨୦୦୦ ଟଙ୍କା ଏଟିଏମ୍‌ରୁ ଉଠାଇଥିଲେ। ତା’ପରେ ସେ ଗତ ୧୭ ତାରିଖରେ ଘରକୁ ଫେରି ଆସିଥିଲେ।

୧୯ ତାରିଖରେ ଅର୍ଜୁନ ନାୟକଙ୍କ ପାଖକୁ ଏକ ଫୋନ୍‌ କଲ ଆସିଥିଲା। ଜଣେ ବ୍ୟକ୍ତି ଫୋନ୍‌ କରି ୧୦,୦୦୦ ଉଠାଇଛ କି ପଚାରିଲେ। ତା’ର ଉତ୍ତର ଦେବା ପୂର୍ବ ସମ୍ପୃକ୍ତ ବ୍ୟକ୍ତି ଜଣକ ଫୋନ୍‌ କାଟି ଦେଇଥିଲେ। ତା’ପରେ ଅର୍ଜୁନ ନାୟକ ବହୁବାର ସେହି ନମ୍ୱରରେ ଫୋନ୍‌ କରିଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ଫୋନ୍ ବନ୍ଦ ରହିଥିଲା।

ତେବେ ମନରେ ସନ୍ଦେହ ହେବାରୁ ଅର୍ଜୁନ ନାୟକ ଏଟିଏମ୍‌ ଯାଇ ମିନି ଷ୍ଟେଟ୍‌ମେଣ୍ଟ କାଢ଼ିଥିଲେ। ସେଥିରେ ୧୦,୦୦୦ରୁ ଅଧିକ ଟଙ୍କା ଲେଖାଏଁ ୧୦ ଥର ଉଠିଥିବା ଦେଖିବାକୁ ପାଇଥିଲେ। ଲକ୍ଷେରୁ ଅଧିକ ଟଙ୍କା ଉଠାଇ ଯାଇଛି। ଟଙ୍କା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀର ଏକ ATMରୁ ଉଠିଥିବା ଜଣାପଡ଼ିଛି। ଏହା ପରେ ଅର୍ଜୁନ ନାୟକଙ୍କ ହାଲତ ଶୁଖି ଯାଇଥିଲା। ସେ ସଙ୍ଗେ ସଙ୍ଗେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଖାକରି ପୂରା ଘଟଣା କହିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story