ଓଡ଼ିଶାରେ ବଢ଼ିଛି ମାଓବାଦୀ ହିଂସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମାଓବାଦୀ ହିଂସା ନିୟନ୍ତ୍ରଣାଧୀନ ବୋଲି ରାଜ୍ୟ ସରକାର ଦମ୍ଭୋକ୍ତି ବାଢ଼ୁଥିବାବେଳେ ୨୦୧୯ ମସିହା ତୁଳନାରେ ୨୦୨୦ ମସିହାରେ ମାଓବାଦୀ ହିଂସା ବୃଦ୍ଧି ପାଇଛି। ଏପରିକି ମାଓବାଦୀ ମୁକାବିଲା ନିମନ୍ତେ ରାଜ୍ୟର ୧୫ଟି ଜିଲ୍ଲାକୁ କେନ୍ଦ୍ର ସରକାର ସୁରକ୍ଷା ସଂକ୍ରାନ୍ତ ବ୍ୟୟ(ଏସଆରଇ) ଯୋଜନାରେ ସାମିଲ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଜି.କିଶାନରେଡ୍ଡୀ ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଓଡ଼ିଶାରେ ୨୦୧୮ ମସିହାରେ ୭୫ଟି ମାଓବାଦୀ ହିଂସା ହୋଇଥିବାବେଳେ ୨୦୧୯ରେ […]

naxal

naxal

Jitendra Garnayak
  • Published: Wednesday, 10 February 2021
  • Updated: 10 February 2021, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମାଓବାଦୀ ହିଂସା ନିୟନ୍ତ୍ରଣାଧୀନ ବୋଲି ରାଜ୍ୟ ସରକାର ଦମ୍ଭୋକ୍ତି ବାଢ଼ୁଥିବାବେଳେ ୨୦୧୯ ମସିହା ତୁଳନାରେ ୨୦୨୦ ମସିହାରେ ମାଓବାଦୀ ହିଂସା ବୃଦ୍ଧି ପାଇଛି। ଏପରିକି ମାଓବାଦୀ ମୁକାବିଲା ନିମନ୍ତେ ରାଜ୍ୟର ୧୫ଟି ଜିଲ୍ଲାକୁ କେନ୍ଦ୍ର ସରକାର ସୁରକ୍ଷା ସଂକ୍ରାନ୍ତ ବ୍ୟୟ(ଏସଆରଇ) ଯୋଜନାରେ ସାମିଲ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଜି.କିଶାନରେଡ୍ଡୀ ଆଜି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଓଡ଼ିଶାରେ ୨୦୧୮ ମସିହାରେ ୭୫ଟି ମାଓବାଦୀ ହିଂସା ହୋଇଥିବାବେଳେ ୨୦୧୯ରେ ୪୫ଟି ଓ ୨୦୨୦ ମସିହାରେ ୫୦ଟି ମାଓବାଦୀ ହିଂସା ହୋଇଛି।

ସମଗ୍ର ଦେଶରେ ୨୦୧୯ରେ ୬୭୦ଟି ମାଓବାଦୀ ହିଂସା ହୋଇଥିବାବେଳେ ୨୦୨୦ ମସିହାରେ ଏହା ୬୬୫କୁ ହ୍ରାସ ପାଇଥିଲା। ସେହିପରି ୨୦୧୮ ମସିହାରେ ଓଡ଼ିଶାରେ ୨୯ଜଣ ମାଓବାଦୀ ଆତ୍ମସର୍ମପଣ କରିଥିବାବେଳେ ୨୦୧୯ରେ ୧୧ଜଣ ଓ ୨୦୨୦ରେ ୧୪ଜଣ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି।

ଦେଶର ୧୧ଟି ରାଜ୍ୟର ୯୦ଟି ଜିଲ୍ଲା ଏସଆରଇ ଯୋଜନାରେ ସାମିଲ ଥିବାବେଳେ ଏଥିରେ ଓଡ଼ିଶାର ୧୫ଟି ଜିଲ୍ଲା ରହିଛି। ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ଏବେ ମାଓବାଦୀ ଉପଦ୍ରୁତ ଥିବାବେଳେ ଏସବୁ ଜିଲ୍ଲାକୁ ଏସଆରଇ ସ୍କିମରେ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତବର୍ଷ ବିଧାନସଭାରେ ମାଓବାଦୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଏବେ ମାତ୍ର ୧୦ଟି ଜିଲ୍ଲା ମଧ୍ୟରେ ମାଓବାଦୀଙ୍କୁ ସୀମିତ ରଖାଯାଇଛି ବୋଲି କହିଥିବାବେଳେ କେନ୍ଦ୍ର ସରକାରଙ୍କ ମାଓବାଦୀ ଅଂଚଳ ପାଇଁ ଉଦ୍ଦିଷ୍ଟ ଏସଆରଇ ଯୋଜନାରେ ୧୫ଟି ଜିଲ୍ଲା ନିମନ୍ତେ ସହାୟତା ଆଣୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos