୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସର ‘ପୁଲିସ ସେବା ଭବନ’ ୪୮ ଘଣ୍ଟା ପାଇଁ ବନ୍ଦ। ଆସନ୍ତାକାଲି ଅର୍ଥାତ ୧୧ ତାରିଖ ସକାଳ ୯ଟାରୁ ୧୩ ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ କର୍ମଚାରୀ ଓ ସାଧାରଣ ଲୋକେ କାର୍ଯ୍ୟ ଭିତରକୁ ଯାଇପାରିବେ ନାହିଁ। ବନ୍ଦ ସମୟ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯିବ। ଏନେଇ ନେଇ ଟ୍ୱିଟ୍‌ କରି ସୂଚନା ଦେଲା କମିଶନରେଟ୍‌ ପୁଲିସ। କରୋନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି। […]

police-seva-bhawan

Manoranjan Sial
  • Published: Friday, 10 July 2020
  • , Updated: 10 July 2020, 05:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସର ‘ପୁଲିସ ସେବା ଭବନ’ ୪୮ ଘଣ୍ଟା ପାଇଁ ବନ୍ଦ। ଆସନ୍ତାକାଲି ଅର୍ଥାତ ୧୧ ତାରିଖ ସକାଳ ୯ଟାରୁ ୧୩ ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ କର୍ମଚାରୀ ଓ ସାଧାରଣ ଲୋକେ କାର୍ଯ୍ୟ ଭିତରକୁ ଯାଇପାରିବେ ନାହିଁ। ବନ୍ଦ ସମୟ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯିବ। ଏନେଇ ନେଇ ଟ୍ୱିଟ୍‌ କରି ସୂଚନା ଦେଲା କମିଶନରେଟ୍‌ ପୁଲିସ। କରୋନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି।

https://twitter.com/cpbbsrctc/status/1281546256465051651?s=20

କରୋନା ସ୍ଥିତିକୁ ଦେଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୬୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୮୬ ଜଣ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story