ମେୟର ପ୍ରାର୍ଥିତ୍ୱ ଚର୍ଚ୍ଚାକୁ ଖଣ୍ଡନ କଲେ ବିଜେଡି ସଭାନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଦୁଇଦିନ ବିତିଯାଇଥିଲେ ବି ଶାସକ ବିଜେଡି ନିଜର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇପାରିନି। ସମ୍ଭାବ୍ୟ ମେୟର ପ୍ରାର୍ଥୀଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିବାବେଳେ ପ୍ରଥମଥର ପାଇଁ ବିଜେଡିର ଜଣେ ନେତ୍ରୀ ଆଗକୁ ଆସି ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ପୌର ନିର୍ବାଚନ ପାଇଁ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରୁଥିବାବେଳେ ଗଞ୍ଜାମ […]

BJD

Ordigital Desk
  • Published: Friday, 04 March 2022
  • , Updated: 04 March 2022, 01:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଦୁଇଦିନ ବିତିଯାଇଥିଲେ ବି ଶାସକ ବିଜେଡି ନିଜର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇପାରିନି। ସମ୍ଭାବ୍ୟ ମେୟର ପ୍ରାର୍ଥୀଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିବାବେଳେ ପ୍ରଥମଥର ପାଇଁ ବିଜେଡିର ଜଣେ ନେତ୍ରୀ ଆଗକୁ ଆସି ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ପୌର ନିର୍ବାଚନ ପାଇଁ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରୁଥିବାବେଳେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ ସୋସିଆଲ ମିଡିଆରେ ନିଜର ପ୍ରାର୍ଥିତ୍ୱ ଖବରକୁ ଖଣ୍ଡନ କରିବା ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର,ବ୍ରହ୍ମପୁର ଓ କଟକ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲେ ମଧ୍ୟ ବିଜେଡି ନିଜର ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିପାରୁନି। ଦଳର ନେତା ଓ ନେତ୍ରୀମାନେ ନିଜ ନିଜ ସ୍ତରରେ ମେୟର ପ୍ରାର୍ଥୀ ପାଇଁ ଲବି ଜୋରଦାର କରୁଥିବାବେଳେ ବ୍ରହ୍ମପୁର ମେୟର ସିଟ୍ ପାଇଁ ଚର୍ଚ୍ଚାରେ ଥିବା ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ ଗତକାଲି ବିଳମ୍ବିତ ରାତିରେ ନିଜର ଫେସବୁକ ଆକାଉଣ୍ଟରେ ନିଜେ ସେ ଦୌଡ଼ରେ ନଥିବା ପରୋକ୍ଷରେ ସୂଚନା ଦେଇଛନ୍ତି। ଶ୍ରୀମତୀ ଦଳେଇ ଲେଖିଛନ୍ତି ଯେ, “ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସର୍ବଦା ଗ୍ରହଣୀୟ, ବର୍ତ୍ତମାନ ପର୍ଯ୍ୟନ୍ତ ନିଷ୍ପତ୍ତି ମୋ’ ପକ୍ଷରେ ଆସିନାହିଁ । ଦୟାକରି ରାଜ୍ୟ ବିଜୁ ଜନତା ଦଳ ତରଫରୁ ଖବର ନଆସିଲା ପର୍ଯ୍ୟନ୍ତ କୌଣସି ଭୁଲ୍ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ କି କୌଣସି ଅପପ୍ରଚାର କରନ୍ତୁ ନାହିଁ ।”

ଶ୍ରୀମତୀ ଦଳେଇଙ୍କର ଏହି ପ୍ରତିକ୍ରିୟାକୁ ନେଇ ବ୍ରହ୍ମପୁର ରାଜନୀତି ସରଗରମ ହୋଇଛି। ଦଳ ପକ୍ଷରୁ ଶ୍ରୀମତୀ ଦଳେଇଙ୍କୁ ମେୟର ଚର୍ଚ୍ଚାରୁ ଓହରି ଯିବାକୁ ସନ୍ଦେଶ ଦିଆଯାଇଛି ନା ସିଏ ନିଜେ ଏହି ଦୌଡ଼ରୁ ନିଜକୁ ଦୂରେଇ ରଖିଛନ୍ତି ତାହା ଅସ୍ପଷ୍ଟ ।

ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ଦଳେଇ ଦୀର୍ଘଦିନ ଧରି ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ନିଲମ୍ବନ ପରେ ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ସଚିବ ଗୋପବନ୍ଧୁ ଦାଶଙ୍କ ସହ ମିଶି ଦଳୀୟ ସଂଗଠନ ଓ ପଂଚାୟତ ନିର୍ବାଚନ ପ୍ରଚାର ଦାୟିତ୍ୱ ତୁଲାଉଥିଲେ। ଏବେ ସେ ବ୍ରହ୍ମପୁର ମେୟର ଆଶା ଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ କଟକ ମହାନଗର ନିଗମ ପାଇଁ ଦଳ ଏବେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ କରିବାର ସମ୍ଭାବନା ଥିବାବେଳେ ଭୁବନେଶ୍ୱର ମେୟର ପ୍ରାର୍ଥୀକୁ ନେଇ ସଂଶୟ ଲାଗି ରହିଛି । ୁବନେଶ୍ୱରରେ ବିଜେଡି କେଉଁ ମହିଳାଙ୍କୁ ପ୍ରାର୍ଥୀ କରିବ ଓ କିଏ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ଟକ୍କର ଦେଇପାରିବ ସେ ନେଇ ଅଙ୍କ କଷୁଥିବାବେଳେ ଯୋଗ୍ୟ ପ୍ରାର୍ଥୀଙ୍କ ସଙ୍କଟ ଏବେ ବିଜେଡି ରଣନୀତିକାରଙ୍କୁ ଚିନ୍ତାରେ ପକାଇଥିବା ଜଣାପଡ଼ିଛି।

Related story