ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅଧ୍ୟାଦେଶକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିଧାନସଭାରେ କୌଣସି ଆଲୋଚନା ନକରି ଏକତରଫା ଭାବେ ସରକାର ଏଭଳି ଅଧ୍ୟାଦେଶ ଆଣିଥିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିରୋଧ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି ନିଜର ଉଦବେଗ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, […]

dha

dha

Manoranjan Sial
  • Published: Tuesday, 15 September 2020
  • Updated: 15 September 2020, 07:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅଧ୍ୟାଦେଶକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିଧାନସଭାରେ କୌଣସି ଆଲୋଚନା ନକରି ଏକତରଫା ଭାବେ ସରକାର ଏଭଳି ଅଧ୍ୟାଦେଶ ଆଣିଥିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିରୋଧ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି ନିଜର ଉଦବେଗ ଜଣାଇଛନ୍ତି।

ଶ୍ରୀ ପ୍ରଧାନ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିନା ଆଲୋଚନାରେ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ବ୍ୟାପକ ପରିବର୍ତ୍ତନ ପାଇଁ ଅଧ୍ୟାଦେଶ ଜାରି କରିଛନ୍ତି। ଏହି ସଂଶୋଧନକୁ ନେଇ ଶିକ୍ଷାବିତ୍‌, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ପ୍ରଫେସର ଏମସି ଦାସ ଓ ପ୍ରଫେସର ଜିବି ଏନ ଚଇନି ଲିଖିତ ଅଭିଯୋଗ କରିବା ପରେ ତାକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଶ୍ୱବିଦ୍ୟାଳୟ ଛାତ୍ର,ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତିା

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱାୟତ୍ତତାକୁ ସଙ୍କୁଚିତ କରିବା ପାଇଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ -୧୯୮୯କୁ ପରିବର୍ତ୍ତନ କରିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ କରି ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଅଣାଯାଇଛି। ସିଣ୍ଡିକେଟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କ୍ଷୂଣ୍ଣ କରି ଏହାକୁ ଅମଲାକେନ୍ଦ୍ରିକ କରିବା ପାଇଁ ରାଜ୍ୟ ସରକାର ତାଙ୍କ ଅଧ୍ୟାଦେଶରେ ବ୍ୟବସ୍ଥା କରିଥିବା ଓ କୁଳପତି ସର୍ଚ୍ଚ କମିଟିରେ ସରକାରଙ୍କ ପ୍ରତିନିଧି ରହିବାର ବ୍ୟବସ୍ଥା ଜବରଦସ୍ତି ଲଦି ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସରକାରୀ ଅଫିସର ରେଜିଷ୍ଟରଙ୍କୁ ସିଣ୍ଡିକେଟର ସମ୍ପାଦକ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଫେସର, ଆସିଷ୍ଟାଂଟ ପ୍ରଫେସର ଓ ଫାକଲଟି ଚୟନ ପ୍ରକ୍ରିୟାରେ ବିଶ୍ୱବିଦ୍ୟାଳୟ ଭୂମିକାକୁ ଶେଷ କରି ଓଡ଼ିଶା ଲୋକସେବା ଆୟୋଗକୁ ଏହି ଦାୟିତ୍ୱ ଦିଆଯାଇଛି। ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବ।ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରିବାର ପରମ୍ପରାକୁ ଶେଷ କରାଯାଇଛି।

ଓଡିଶାରେ ଅଡିନାନ୍ସ ମାଧ୍ୟମରେ କରାଯାଇଥିବା ଏହି ପରବର୍ତ୍ତନ ଅନ୍ୟ ରାଜ୍ୟର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି। ସାମ୍ବିଧାନିକ ବ୍ୟବସ୍ଥାରେ ‘ଶିକ୍ଷା’ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ତାଲିକାରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ଆଇନ କେନ୍ଦ୍ର ନୀତିର ବିରୁଦ୍ଧାଚରଣ କରିପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଆଇନଗତ ଶିକ୍ଷା ବ୍ୟବସ୍ଥା ଅନୁସାରେ ଆନ୍ଧ୍ର ଉସମାନିଆ ୟୁନିଭରସିଟି ଶିକ୍ଷକ ସଂଘ ବନାମ ଆନ୍ଧ୍ରପ୍ରଦେଶ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ସେ ରାଜ୍ୟର ଏପରି ଆଇନକୁ ଖାରଜ କରିଥିବା ପରିପ୍ରେକ୍ଷୀରେ ଓଡ଼ିଶାର ଏହି ଆଇନ କୋର୍ଟରେ ଖାରଜ ହେବାର ସମ୍ଭାବନା ଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି ଓଡ଼ିଶା ସରକାରଙ୍କ ଏହି ଅଧ୍ୟାଦେଶ ମଧ୍ୟ ନୂଆ ଜାତୀୟ ଶିକ୍ଷାନୀତି-୨୦୨୦ର ବିରୋଧାଚରଣ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଜାତୀୟ ଶିକ୍ଷାନୀତି୨୦୨୦ର ଶିକ୍ଷାନୁଷ୍ଠାନ ମାନଙ୍କୁ ସ୍ୱାୟତତା ମାଧ୍ୟମରେ ଶିକ୍ଷା ଅନୁସନ୍ଧାନକୁ ଆଗକୁ ବଢାଇବା ପାଇଁ ନୀତିର ବିରୋଧାଚରଣ କରୁଛି ବୋଲି ଶ୍ରୀ ପ୍ରଧାନ ଦର୍ଶାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story