ଶିକାର କରୁଥିଲେ, ଏବେ ଜଙ୍ଗଲରେ ସୁନା ଫଳାଉଛନ୍ତି ଆଦିବାସୀ ଯୁବକ

ନୀଳଗିରି (ବିଶ୍ୱମ୍ଭର ଦାସ): ଦିନେ ଜଙ୍ଗଲରେ ଜୀବନଯନ୍ତୁଙ୍କୁ ଶିକାର କରୁଥିଲେ। ସେଥିପାଇଁ ଜେଲ୍‌ ମଧ୍ୟ ଯାଇଥିଲେ। ହେଲେ ଏବେ ବଦଳି ଯାଇଛି ଜୀବନ ଶୈଳୀ। ଆଜି ସେ ଜନ୍ତୁପ୍ରେମରେ ପଡ଼ି ଯାଇଛନ୍ତି। ଦିନେ ଯେଉଁ ଜଙ୍ଗଲରେ ଶିକାର କରୁଥିଲେ ଆଜି ସେଠି ସୁନାର ଫସଲ ଫଳାଉଛନ୍ତି। ସେ ହେଉଛନ୍ତି ପଦ୍ମଲୋଚନ ସୋରେନ୍‌। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଖୁମକୁଟର ପଦ୍ମଲୋଚନ ସୋରେନ। ଦେବଗିରିର ପାଦ ଦେଶରେ ଜନ୍ମଗ୍ରହଣ କରିଥିବା ଏହି ଯୁବକ ୮ରୁ ୯ ମ ଶ୍ରେଣୀ […]

nilagiri

nilagiri

Manoranjan Sial
  • Published: Monday, 30 November 2020
  • Updated: 30 November 2020, 05:24 PM IST

Sports

Latest News

ନୀଳଗିରି (ବିଶ୍ୱମ୍ଭର ଦାସ): ଦିନେ ଜଙ୍ଗଲରେ ଜୀବନଯନ୍ତୁଙ୍କୁ ଶିକାର କରୁଥିଲେ। ସେଥିପାଇଁ ଜେଲ୍‌ ମଧ୍ୟ ଯାଇଥିଲେ। ହେଲେ ଏବେ ବଦଳି ଯାଇଛି ଜୀବନ ଶୈଳୀ। ଆଜି ସେ ଜନ୍ତୁପ୍ରେମରେ ପଡ଼ି ଯାଇଛନ୍ତି। ଦିନେ ଯେଉଁ ଜଙ୍ଗଲରେ ଶିକାର କରୁଥିଲେ ଆଜି ସେଠି ସୁନାର ଫସଲ ଫଳାଉଛନ୍ତି। ସେ ହେଉଛନ୍ତି ପଦ୍ମଲୋଚନ ସୋରେନ୍‌।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଖୁମକୁଟର ପଦ୍ମଲୋଚନ ସୋରେନ। ଦେବଗିରିର ପାଦ ଦେଶରେ ଜନ୍ମଗ୍ରହଣ କରିଥିବା ଏହି ଯୁବକ ୮ରୁ ୯ ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ପାରିବାରିକ ସ୍ଥିତି ଭଲ ନଥିବାରୁ ଅଧିକ ପାଠ ପଢ଼ିପାରିଲେ ନାହିଁ। ବାପା-ଜେଜଙ୍କ ପରି ଦେବଗିରି ପାହାଡ଼ରେ ଶିକାର କରୁଥିଲେ ଗଲେ ପଦ୍ମଲୋଚନ। ଏଥିପାଇଁ ତାଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥିଲା। ଜେଲ୍‌ରୁ ମୁକୁଳିବା ପରେ ବଦଳିଗଲା ଜୀବନର ଗତି ପଥ। ଶିକାରଠାରୁ ମୁହଁ ମୋଡି ନେଲେ ପଦ୍ମଲୋଚନ।

ବଞ୍ଚିବାର ନୂଆ ରାହା ଖୋଜିବାକୁ ଯାଇ କୃଷିକୁ ଅପଣାଇଲେ। ନିଜର ବୋଲି ଚାଷ ଜମି ନଥିବାରୁ ଦେବଗିରି ପଦଦେଶରେ ଥିବା ଜଙ୍ଗଲ ଜମିରେ ଆରମ୍ଭ କଲେ ଚାଷ। ପଥରେ ବନ୍ଧବାନ୍ଧି କଲେ ଚାଷ ଜମି। ଆଉ ସେଥିରେ ବାଇଗଣ, ଫୁଲ କୋବି, ବନ୍ଧା କୋବି ସଜନା, କଦଳୀ ପରି ପନିପରିବା ଚାଷ କଲେ। ସେଠାରେ ଗୋଟିଏ ମିନି ଦେଶୀ କୁକୁଡ଼ା ଫାର୍ମ ମଧ୍ୟ କଲେ। ୧୦୦ରୁ ଅଧିକ ଦେଶୀ କୁକୁଡ଼ା ରଖି ଚାଷ କଲେ ପଦ୍ମଲୋଚନ। ଏବେ ସେ ନିଜେ ଓ ପରିବାର ସହ ଗାଁର କିଛି ଲୋକଙ୍କୁ ଚାଷ କାମରେ ନିୟୋଜିତ କରିଛନ୍ତି। ପାହାଡ଼ର ନାଲି ମାଟିରେ ସୁନା ଫଳାଉଛନ୍ତି ପଦ୍ମଲୋଚନ। ତାଙ୍କୁ ଦେଖି ଆଖପାଖ ଲୋକ ମଧ୍ୟ ସେହି ପେଶାକୁ ଆପଣାଇଛନ୍ତି।

ନିଜର ବାର୍ଷିକ ଆୟ ନେଇ ପଦ୍ମଲୋଚନ କହିଛନ୍ତି-“ଦିନେ ଖାଇବାକୁ ନପାଇ ଭୋକ ଓପବାସରେ ଆଉଟୁପାଉଟୁ ହେଉଥିଲୁ। ଏବେ ସେହି ଦୁଃଖ ନାହିଁ। ଅଭାବ ନାହିଁ, ବହୁ ଭଲରେ ରହୁଛୁ। ଗତବର୍ଷ ବାଇଗଣରୁ ଲକ୍ଷେରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇଛି। ତେଣୁ ମୁଁ ଆମ ସମ୍ପ୍ରଦାୟର ସମସ୍ତଙ୍କୁ ଅନୁରୋଧ କରୁଛି, ଶିକାର ଛାଡ଼ି ଚାଷ କରନ୍ତୁ। ମାନସିକ ଶାନ୍ତି ମିଳିବା ସହିତ ଅତି ସହଜରେ ପରିବାର ଭରଣପୋଷଣ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story