ମୟୂରଭଞ୍ଜ: ୬ଦିନ ହେଲା ନିଖୋଜ ପୋଲିସ ଅଧିକାରୀଙ୍କ ପତ୍ତା ମିଳୁନି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ୬ ଦିନ ହେଲା ନିଖୋଜ ଥିବା ଜଣେ ପୋଲିସ୍ ଅଧିକାରୀଙ୍କ କୌଣସି ପତ୍ତା ମିଳୁନାହିଁ। ନିଖୋଜ ଜଣଙ୍କ ହେଲେ ଝାରପୋଖରିଆ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ପଟ୍ଟନାୟକ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ସୂଚନା ଦିଆଯିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି। ଗତ ୯ତାରିଖ ସକାଳେ ପ୍ରଦୀପ ଥାନାକୁ ଆସି ସ୍ୱାଭାବିକ ଭାବେ କାମ କରିବା ପରେ ନିଜ ବାଇକ ନେଇ ବାହାରିଥିଲେ। ତେବେ ସେ ଘରକୁ ଫେରି […]

si

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 09:51 AM IST

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ୬ ଦିନ ହେଲା ନିଖୋଜ ଥିବା ଜଣେ ପୋଲିସ୍ ଅଧିକାରୀଙ୍କ କୌଣସି ପତ୍ତା ମିଳୁନାହିଁ। ନିଖୋଜ ଜଣଙ୍କ ହେଲେ ଝାରପୋଖରିଆ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ପଟ୍ଟନାୟକ। ଏ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ସୂଚନା ଦିଆଯିବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି। ଗତ ୯ତାରିଖ ସକାଳେ ପ୍ରଦୀପ ଥାନାକୁ ଆସି ସ୍ୱାଭାବିକ ଭାବେ କାମ କରିବା ପରେ ନିଜ ବାଇକ ନେଇ ବାହାରିଥିଲେ। ତେବେ ସେ ଘରକୁ ଫେରି ନ ଥିଲେ। ସେବେଠାରୁ ତାଙ୍କ ମୋବାଇଲ୍ ମଧ୍ୟ ସୁଇଚ୍ ଅଫ୍ ରହିଛି। ପାରିବାରିକ ସମସ୍ୟା ଯୋଗୁଁ ପ୍ରଦୀପ ବିବ୍ରତ ଥିବା କୁହାଯାଉଥିବା ବେଳେ ଖୁବ୍ ଶୀଘ୍ର ତାଙ୍କ ସନ୍ଧାନ ମିଳିଯିବ ବୋଲି ଆଇଜି ଅସୀତ ପାଣିଗ୍ରାହୀ କହିଛନ୍ତି।

Related story