ମେ’ ୬ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ମେ’ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ସେହିଦିନ ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପ୍ରଥମେ କଟକ ସ୍ଥିତ ବୋର୍ଡ ଅଫିସରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ତା’ପରେ ଅପରାହ୍ନ ୨ଟାରୁ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ । ମାଟ୍ରିକ ରେଜଲ୍ଟ ପ୍ରକାଶ କରିବା ନେଇ ଆଜି କଟକସ୍ଥିତ ବୋର୍ଡ ଅଫିସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗଣଶିକ୍ଷା […]

BoardOffice

BoardOffice

Rakesh Mallick
  • Published: Monday, 04 May 2015
  • , Updated: 04 May 2015, 08:39 AM IST

ଭୁବନେଶ୍ୱର: ମେ’ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ସେହିଦିନ ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପ୍ରଥମେ କଟକ ସ୍ଥିତ ବୋର୍ଡ ଅଫିସରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ତା’ପରେ ଅପରାହ୍ନ ୨ଟାରୁ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ମାଟ୍ରିକ ରେଜଲ୍ଟ ପ୍ରକାଶ କରିବା ନେଇ ଆଜି କଟକସ୍ଥିତ ବୋର୍ଡ ଅଫିସରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ସକାଳ ପ୍ରାୟ ୯ଟା ବେଳେ ଉଷା ପାଢ଼ୀ ଆସି ଏଠାରେ ପହଞ୍ଚିଥିଲେ। ତା’ପରେ ତିନି ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମାଟ୍ରିକ ରେଜଲ୍ଟ ପ୍ରକାଶ କରାଯିବା ନେଇ ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା କରିଥିଲେ ବୋର୍ଡ କର୍ତ୍ତୃପକ୍ଷ।

ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବାରେ ସାମନ୍ୟ ବିଳମ୍ବ ଘଟିଛି। ଗତଥର ଏପ୍ରିଲ ୩୦ ତାରିଖରେ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷାଫଳ। ତେବେ କିଛି ତ୍ରୁଟିବିଚୁ୍ୟତି ରହିଯାଇଥିଲା। ତେଣୁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତେଣୁ ଚଳିତ ବର୍ଷ ତରବର ନହୋଇ ସବୁ ଦିଗକୁ ସମୀକ୍ଷା କଲା ପରେ ଟିକେ ବିଳମ୍ବରେ ପରୀକ୍ଷାଫଳ ପ୍ରକାଶ କରାଯାଉଥିବା ଜଣାପଡ଼ିଛି।

Related story