ମେ’ମାସରେ ଘମାଘୋଟ କରୋନା ଲଢ଼େଇ: ବାଗଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ବିରୁଦ୍ଧରେ ଲଢ଼େଇ ଚଳିତମାସରେ ଘମାଘୋଟ ହେବ। ଯୁଦ୍ଧ ଆମ ଘର ଦ୍ୱାର ମୁହଁକୁ ଆସିଗଲାଣି। ପ୍ରାରମ୍ଭିକ ଲଢ଼େଇ ଆରମ୍ଭ ହୋଇଛି କିନ୍ତୁ ବ୍ୟୁହଭେଦ ଏପର୍ଯ୍ୟନ୍ତ ହୋଇନାହିଁ, ସେ ସମୟ ଏବେ ଆସିଗଲାଣି। ତେଣୁ ବିଚଳିତ ନହୋଇ ବିଚକ୍ଷଣ ହେବାର ଆବଶ୍ୟକତା ରହିଛି। ଆଜି ଏଭଳି କିଛି ଢଙ୍ଗରେ କରୋନା ଭୟାବହତାର ଆଶଙ୍କାକୁ ନେଇ ରାଜ୍ୟ ସରକାର ସତର୍କବାଣୀ ଶୁଣାଇଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ନିଜର ନିୟମିତ […]

subrat-3

Manoranjan Sial
  • Published: Friday, 01 May 2020
  • , Updated: 01 May 2020, 07:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ବିରୁଦ୍ଧରେ ଲଢ଼େଇ ଚଳିତମାସରେ ଘମାଘୋଟ ହେବ। ଯୁଦ୍ଧ ଆମ ଘର ଦ୍ୱାର ମୁହଁକୁ ଆସିଗଲାଣି। ପ୍ରାରମ୍ଭିକ ଲଢ଼େଇ ଆରମ୍ଭ ହୋଇଛି କିନ୍ତୁ ବ୍ୟୁହଭେଦ ଏପର୍ଯ୍ୟନ୍ତ ହୋଇନାହିଁ, ସେ ସମୟ ଏବେ ଆସିଗଲାଣି। ତେଣୁ ବିଚଳିତ ନହୋଇ ବିଚକ୍ଷଣ ହେବାର ଆବଶ୍ୟକତା ରହିଛି। ଆଜି ଏଭଳି କିଛି ଢଙ୍ଗରେ କରୋନା ଭୟାବହତାର ଆଶଙ୍କାକୁ ନେଇ ରାଜ୍ୟ ସରକାର ସତର୍କବାଣୀ ଶୁଣାଇଛନ୍ତି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଆଜି ନିଜର ନିୟମିତ ବୁଲେଟିନରେ କହିଛନ୍ତି ଯେ, କରୋନାର ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ପାଇଁ ଏକ ଲଢ଼େଇ ବା ଯୁଦ୍ଧ ଆରମ୍ଭ ହୋଇଛି। ୫ଟି ପର୍ଯ୍ୟାୟରେ ଏହି ଲଢ଼େଇ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତୁତି ସରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧର ପରିଚାଳନା। ତୃତୀୟ ପର୍ଯ୍ୟାୟରେ ଘମାଘୋଟ ଲଢ଼େଇ। ଚତୁର୍ଥ ପର୍ଯ୍ୟାୟରେ ଯୁଦ୍ଧ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା। ଚଳିତ ମେ’ ମାସରେ ଘମାଘୋଟ ଲଢ଼େଇ ହେବ। ଯୁଦ୍ଧ ଏବେ ଘର ଦୁଆର ମୁହଁରେ ପହଂଚି ଗଲାଣି। ଏବେ ପ୍ରତ୍ୟେକ ନାଗରିକଙ୍କୁ ଜଣେ ଲେଖାଏଁ ସୈନିକ ଭଳି ଦାୟିତ୍ୱ ତୁଲାଇବାକୁ ପଡ଼ିବ। ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିବାକୁ ପଡ଼ିବ। ଯୋଜନାବଦ୍ଧ ମୁକାବିଲା ମାଧ୍ୟମରେ ହିଁ ଶତ୍ରୁକୁ ପରାଜିତ କରିହେବ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ମୋଟ ୩୪୧୩୩ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ଆଜି ଅପରାହ୍ନ ସୁଦ୍ଧା ମୋଟ ୧୪୯ଜଣ ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୫୫ଜଣ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବାବେଳେ ୯୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ଏହାସହିତ ରାଜ୍ୟରେ କରୋନା ସଂକ୍ରମଣ ୧୫ଟି ଜିଲ୍ଲାକୁ ବ୍ୟାପିଥିବାବେଳେ ଏବେ ପୁରୀ, କଟକ, ଢେଙ୍କାନାଳ,କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ସମସ୍ତ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ଜିଲ୍ଲା ତାଲିକାରେ ଆଜି ପ୍ରଥମଥର ପାଇଁ ବଲାଙ୍ଗିର ସାମିଲ ହୋଇଛି।

Related story