‘ମୟୂରଭଞ୍ଜ ଜିଲ୍ଲା ସବୁ ଦିଗରୁ ପ୍ରେରଣା ଦିଏ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ସବୁ ଦିଗରୁ ପ୍ରେରଣା ଦିଏ। ମୟୂରଭଞ୍ଜର କୌଣସି ଜିନିଷକୁ ନାପସନ୍ଦ କରାଯାଇ ପାରିବ ନାହିଁ। ଆତ୍ମୀୟତା, ସ୍ନେହ, ଶ୍ରଦ୍ଧା ଓ ସଂସ୍କୃତିର ନାଁ ମୟୂରଭଞ୍ଜ ବୋଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ଅଷ୍ଟମ ମୟୂରଭଞ୍ଜ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି-“ଆଜି ଭୌତିକ ଯୁଗରେ ସଭ୍ୟତା ସମ୍ପନ୍ନତାର ଶୀର୍ଷକୁ ଯାଉଛି। କିନ୍ତୁ ସମାଜରେ ମଣିଷପଣିଆ ଧୀରେ ଧୀରେ କମିକମି ଯାଉଛିା ତଥାପି ସବୁ ଘାତ ପ୍ରତିଘାତ ଭିତରେ […]

mayurbhanj

Manoranjan Sial
  • Published: Saturday, 19 January 2019
  • , Updated: 19 January 2019, 10:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ସବୁ ଦିଗରୁ ପ୍ରେରଣା ଦିଏ। ମୟୂରଭଞ୍ଜର କୌଣସି ଜିନିଷକୁ ନାପସନ୍ଦ କରାଯାଇ ପାରିବ ନାହିଁ। ଆତ୍ମୀୟତା, ସ୍ନେହ, ଶ୍ରଦ୍ଧା ଓ ସଂସ୍କୃତିର ନାଁ ମୟୂରଭଞ୍ଜ ବୋଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ଅଷ୍ଟମ ମୟୂରଭଞ୍ଜ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“ଆଜି ଭୌତିକ ଯୁଗରେ ସଭ୍ୟତା ସମ୍ପନ୍ନତାର ଶୀର୍ଷକୁ ଯାଉଛି। କିନ୍ତୁ ସମାଜରେ ମଣିଷପଣିଆ ଧୀରେ ଧୀରେ କମିକମି ଯାଉଛିା ତଥାପି ସବୁ ଘାତ ପ୍ରତିଘାତ ଭିତରେ ମଣିଷପଣିଆକୁ ମୟୂରଭଞ୍ଜ ଜିଲ୍ଲା ଜୀବିତ ରଖିଛି।”

ସେ କହିଛନ୍ତି-“ମୟୂରଭଞ୍ଜକୁ କେବେ ଭୁଲିବା ଉଚିତ ନୁହେଁ। ଲଡୁ, ଆରିସା ପିଠା, କାକରା ଓ ମୁଢ଼ି଼ ଏହାରି ଭିତରେ ମୟୂରଭଞ୍ଜର ଆତ୍ମୀୟତା ରହିଛି। ଯଦି ଗୁଜରାଟର ଖାକରା ଆମେରିକା ଯାଇପାରୁଛି, ତେବେ ମୟୂରଭଞ୍ଜର ମୁଢ଼ି ପ୍ୟାକ ହୋଇ ୟୁରୋପକୁ ବିକ୍ରି ହେବାକୁ ଯାଇପାରିବ ନାହିଁ କାହିଁକି" ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ।

Related story