ଆଜି ମୟୂରଭଞ୍ଜ ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲାରେ ଆଜି  ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି । ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି ବିଜେପି କର୍ମୀ । ତାସହ ଉଦଳା, କରଞ୍ଜିଆ , ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି […]

strike

Niharika Rout
  • Published: Monday, 25 October 2021
  • , Updated: 25 October 2021, 07:54 AM IST

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲାରେ ଆଜି  ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି ।

ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି ବିଜେପି କର୍ମୀ । ତାସହ ଉଦଳା, କରଞ୍ଜିଆ , ରାଇରଙ୍ଗପୁରରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ପ୍ରଭାବ ପଡ଼ିଛି ।

[caption id="attachment_686243" align="aligncenter" width="650"] ବନ୍ଦ ପ୍ରଭାବରେ ଖାଁ ଖାଁ ବାରିପଦା ରାସ୍ତା।[/caption]

ବାରିପଦାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲା ସମେତ ଅନ୍ୟ ୧୫ଟି ଦାବି ନେଇ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ପାଇଁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି, ମମତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିଶେଶ୍ୱର ଟୁଡୁଙ୍କୁ ପ୍ରଶାସନିକ ଅଧିକାରୀ ଅସମ୍ମାନ ଅଭିଯୋଗ ପ୍ରସଙ୍ଗକୁ ନେଇ ବି ତାତିଛି ବିଜେପି ।

Related story