ମେଡ଼ିକାଲ କଲେଜର ଭିତ୍ତିଭୂମି ତଦାରଖ କଲେ ଏମ୍‌ସିଆଇ ଟିମ୍‌

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ କରିବା ପାଇଁ ଜୋରସୋରରେ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର। ଆଗରୁ ଏମ୍‌ସିଆଇର ଏକ ଟିମ୍‌ ଆସି ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ତଦାରଖ କରି ଯାଇଥିଲେ। ଆଜି ଆଉ ଏକ ତିନି ଜଣିଆ ଏମ୍‌ସିଆଇ ଟିମ୍ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଟିମ ପ୍ରଥମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ହସ୍ପିଟାଲର କାଉଣ୍ଟରଠୁ ଆରମ୍ଭ କରି ବିଭିନ୍ନ ଓ୍ୱାର୍ଡ ଓ […]

mci-team

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 10:19 PM IST

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ବଲାଙ୍ଗୀର ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ କରିବା ପାଇଁ ଜୋରସୋରରେ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର। ଆଗରୁ ଏମ୍‌ସିଆଇର ଏକ ଟିମ୍‌ ଆସି ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି ତଦାରଖ କରି ଯାଇଥିଲେ। ଆଜି ଆଉ ଏକ ତିନି ଜଣିଆ ଏମ୍‌ସିଆଇ ଟିମ୍ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଟିମ ପ୍ରଥମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ହସ୍ପିଟାଲର କାଉଣ୍ଟରଠୁ ଆରମ୍ଭ କରି ବିଭିନ୍ନ ଓ୍ୱାର୍ଡ ଓ ଆଉଟ ଡୋର୍ ବୁଲି ଦେଖିଥିଲେ। ଏହା ସହିତ କ୍ଳାସରୁମ, ଲ୍ୟାବରୋଟାରୀ, ଅଡିଟୋରିଅମ ମଧ୍ୟ ପରିଦର୍ଶନ କରିଥିଲେ। ଏହା ପରେ ଏମ୍‌ସିଆଇ ଟିମ୍ କଲେଜରେ ପ୍ରଫେସରଙ୍କ ସହିତ ଆଲୋଚନା କରିଛନ୍ତି।

ଏମ୍‌ସିଆଇ ଟିମ୍ ବାଲେଶ୍ୱରେ ମେଡିକାଲ କଲେଜର ମଧ୍ୟ ସମୀକ୍ଷା କରିଛନ୍ତି। ତିନି ଜଣିଆ ଟିମ୍ ବାଲେଶ୍ୱର ସରକାରୀ ମେଡିକାଲ ବୁଲି ଆନୁଷଙ୍ଗିକ ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ସେହିଭଳି ନିଯୁକ୍ତି ପାଇଥିବା ସମସ୍ତ ବିଭାଗର ପ୍ରଫେସରଙ୍କ ସହିତ ଆଲୋଚନା କରି କାଗଜପତ୍ର ଯାଞ୍ଚ କରିଛନ୍ତି। କଲେଜର ସବୁ କାମ ସରିଛି କି ନାହିଁ, ତାହା ଯାଞ୍ଚ କରିଛନ୍ତି ଏମ୍‌ସିଆ ଟିମ୍‌।

Related story